ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ହତାଶ , ଯୁବକୃଷି ଉଦ୍ୟେଗି ଦାଦନ ମୁହାଁ , ଚାଷକରି ଚାଷୀ ଲାଭ ପାଉନି



ପଟ୍ଟାମୁଣ୍ଡାଇ ୫/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଗୋଟିଏ ପୌରପରିଷଦ ଓ ୩୧ ପଂଚାୟତରେ ପାଖାପାଖି ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲାବେଳେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରିଥାନ୍ତି। କୃଷି ଉତ୍ପାଦିତ ଦ୍ରବ୍ୟକୁ ବ୍ରିକିକରି ନିଜର ଆର୍ôଥିକ ମାନଦଣ୍ଡ ସୁଦୃଢ଼ କରିବାରେ ଏହି ଅଂଚଳ କୃଷକ ସିଦ୍ଧ ହସ୍ତ ବୋଲି ସରକାରୀଭାବେ ରେକର୍ଡ ରହିଛି। ହେଲେ ଯେଉଁମାନେ କୃଷି ଉପରେ ଭରସା କରି ନିଜର ଆଗାମୀ ଭବିଷ୍ୟତ ଓ ତେଲଲୁଣର ସଂସାରକୁ ଗଢିବା ପାଇଁ ସ୍ୱପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ବହୁ ସମୟରେ ହତାଶ ହେଉଛନ୍ତି। କୃଷି ସାମଗ୍ରୀର ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ଅଧିକାଂଶ ସମୟରେ ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି। ଅର୍ଥକରୀ ଫସଲ ଭାବେ ପରିଚିତ ପନିପରିବା ରକ୍ଷଣାବେକ୍ଷଣ ଅଭାବରୁ ପଚି ନଷ୍ଟ ହେଉଛି। ଫଳରେ ଶିକ୍ଷିତ ଯୁବକୃଷି ଉଦ୍ୟେଗି ମାନେ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
କୃଷକନେତା ବିଜୟ ଦାସ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ବଜାରରେ ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ଆଳୁ ପିଆଜର ଦର ବୃଦ୍ଧିନେଇ ଚାରିଆଡେ ଚର୍ଚ୍ଚାହେଉଥିବାବେଳେ କିଛି ଦିନ ହେବ ପରିବା ଦର ୮୦ରୁ ୧୦୦ ଟଙ୍କା ହୋଇଛି। ଅମଳ ବେଳେ ଏଠିକାର ଚାଷୀ ୧୦ରୁ ୨୦ ଟଙ୍କାରେ ବେପାରିକୁ ଦେଇଦେଉଛନ୍ତି । ତାହା ଖାଉଟି ବଜାରରେ ୩୦/୪୦ ବିକ୍ରୀ ହେଉଥିଲା । ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଅତିକଷ୍ଟରେ ଫଳାଇଥିବା ପନିପରିବାକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ତେଣୁ ନିଜ ଅଂଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଟା କରିବାକୁ ସବୁଠି ଦାବି ଉଠୁଛି ।
ଯୁବନେତା ସତ୍ୟପ୍ରିୟ ସାମଲ କୁହନ୍ତି ଗତ ନିର୍ବାଚନୀ ଇସ୍ତାହାରରେ ଭାଜାପା ସବୁ ବ୍ଲକରେ ଶୀତଳଭଣ୍ଡାର କରାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଭାଜପା ସରକାରକୁ ଆସିବା ପରେ ରାଜ୍ୟର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ପଟ୍ଟାମୁଣ୍ଡାଇର ଚାଷ ଓ ଚାଷୀର ଭାଗ୍ୟକୁ ବଦଳାଇବା ପାଇଁ ଶୀତଳ ଭଣ୍ଡାର ଖୋଲିବା ଜରୁରୀ ବୋଲି ଶତାଧିକ କୃଷକ ରାଜ୍ୟ ସରକାର, କୃଷି ମନ୍ତ୍ରୀ, ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏହି ଅଂଚଳରେ ୧୯ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ରହିଥିଲାବେଳେ ଖରିଫରେ ୧୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେଇଥାଏ । ପ୍ରାୟ ୫ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଥିବା ବେଳେ ଜଳ ପରିଚାଳନା ତୃଟି ଓ କିସମ ପରିବର୍ତନ କାରଣରୁ ୪ ହଜାର ହେକ୍ଟର ଜମି ପଡିଆ ପଡିଥାଏ । ସେହି ଭଳି ରବିଫସଲ ବେଳେ ପ୍ରାୟ ୧୨ ହଜାର ହେକ୍ଟର ଜମି ପଡିଆ ରହୁଥିବା ବେଳେ ୭ ହଜାର ହେକ୍ଟର ଜମିରେ ପନିପରିବା ଏବଂ ଡାଲିଜାତୀୟ ଫସଲ ହୁଏ ବୋଲି କୃଷି ବିଭାଗ ପକ୍ଷରୁ ସୁଚନା ମିଳିଛିି।
ଚାଷୀ ଅଜୟ ନାୟକ କୁହନ୍ତି ପଟ୍ଟମୁଣ୍ଡାଇ ଅଂଚଳରେ ବିଶେଷକରି ପୋଟଳ, ଟମାଟୋ, କାକୁଡ଼ି, କୋବି, ଆଳୁ, ଝୁଡ଼ଙ୍ଗ, ବିନ୍‌୍ ଆଦି ବିଭିନ୍ନ ରବି ଜାତୀୟ ଶସ୍ୟ ଉପତ୍‌ାଦିତ ହୋଇଥାଏ। ଏ ସବୁର ସଦୁପଯୋଗ ପାଇଁ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଏସବୁ ଶସ୍ୟ ଉପତ୍‌ାଦିତ କରୁଥିଲାବେଳେ ସଠିକ୍ ମୂଲ୍ୟ ପାଇପାରୁନାହାନ୍ତି। ଯାହାଫଳରେ ଚାଷୀ ବହୁ କ୍ଷତି ସହିବାକୁ ପଡ଼ୁଛି। ଏହି ଅଂଚଳର ମୃର୍ତିକା ଅନୁକୂଳ ଓ ଉର୍ବର ହୋଇଥିବାରୁ ବାର୍ଷିକ ୧୦ ଟନ ଲେଖାଏଁ ଉତ୍ପାଦିତ ଫସଲ ସୁରକ୍ଷିତ ରଖିବା ପାଇଁ ସୁବିଧା ନାହିଁ। ଚାଷୀ ବାଧ୍ୟ ହୋଇ ଉଚିତ ମୂଲ୍ୟରେ ବିକ୍ରି ନ କରି କ୍ଷତି ସହୁଛନ୍ତି।
ନରେନ୍ଦ୍ର ଧଳ କୁହନ୍ତି ଗତ ସାମୁଦ୍ରିକ ଝଡ ଦାନା ପ୍ରଭାବରେ ଲକ୍ଷାଧିକ ଟଙ୍କାର ପନିପରିବା ନଷ୍ଟ ହୋଇଥିବା ଜଣାପଡ଼ିଛି। କୃଷି ବିଭାଗ ପକ୍ଷରୁ ଏହି ଅଂଚଳକୁ ସର୍ଭେ କରାଯାଇ ସରକାରୀଭାବେ ଯଦି ଶୀତଳ ଭଣ୍ଡାର ଖୋଲା ଯାଇପାରନ୍ତା, ଏହି ୨ ଟି ନିର୍ବାଚନମଣ୍ଡଳୀର ୮୦ଭାଗ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ କେନ୍ଦ୍ରାପଡାର ନବନିର୍ବାଚିତ ବିଧାୟିକ ଗଣେଶ୍ୱର ବେହେରାଙ୍କୁ ପଚାରିବାରୁ, କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନେକ ଅଂଚଳ ସମେତ ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳର କୃଷି ହେଉଛି ଜୀବନଜୀବିକା। କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇଠାରେ ୨ଟି ଶୀତଳଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଶଣ କରାଯିବ ।


Next Post

ଓଉପଦାରେ ନିଗମାନନ୍ଦ ଭକ୍ତ ସମ୍ମିଳନୀ

Thu Dec 5 , 2024
ପଟ୍ଟାମୁଣ୍ଡାଇ ୫/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଠାରେ ନୀଳାଚଳ ସାରସ୍ୱତ ସଂଘର ୫୬ତମ ବାର୍ଷିକ ସମ୍ମିଳନୀ ଓ ଭକ୍ତ ସମାବେଶ ଅନୁଷ୍ଠିତ ହୋଇଯାଇଛି I ପୁରୀ ନୀଳାଚଳ ସାରସ୍ୱତ ସଂଘ ପ୍ରତିନିଧି ଶରତ ସିଂହଦେଓ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ପାଦପଦ୍ମ ରେ ନୈବେଦ୍ୟ ଅର୍ପଣ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଓଉପଦା ଆଶ୍ରମ ପରିଚାଳକ ମୁରଲୀଧର ଜେନାଙ୍କ ପୌରହିତ୍ୟ ରେ ଆୟୋଜିତ ସମ୍ମିଳନୀରେ ପ୍ରାକ୍ତନ ପ୍ରଶାସକ ଡ଼ […]