ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣଯୋଗ ହେଉଛି ଏକମାତ୍ର ଯୋଗ, ଯାହା ମାନବର ରୂପାନ୍ତର ଓ ଦିବ୍ୟଜୀବନ ପ୍ରତିଷ୍ଠାର ଆସ୍ଥାରଖେ ,ଶ୍ରୀମା’ ଶ୍ରୀ ଅରବିନ୍ଦଙ୍କ ୩୦ତମ ବାର୍ଷିକ ପାଠଚକ୍ର ସମ୍ମିଳନୀ



ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସଂସାରଫଳ ଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ୩୦ତମ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମା’ ଶ୍ରୀ ଅରବିନ୍ଦଙ୍କୁ ପୁଷ୍ପାର୍ପଣ ସହ ନୀରବ ଧ୍ୟାନ ଓ ଅର୍ଗାନ ମ୍ୟିଜିକ ମଧ୍ୟମରେ ଧ୍ୟାନ, ପାର୍ଥନା, ଦୁର୍ଗାସ୍ତ୍ରୋତ୍ର ସହିତ ପୁସ୍ତକଚିନ୍ତନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ମାତୃବନ୍ଦନା ଗାନ କରାଯାଇ ସବିଶେଷ ବିବରଣୀ ପାଠ କରାଯାଇଥିଲା । ପାଠଚକ୍ରର ଆୟୋଜକ ପଂଚାନନ ସ୍ୱାଇଁ ମା’ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଧୁପ ପୁଷ୍ପ ଅର୍ପଣ କରି ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ସେ କହିଲେ ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣଯୋଗ ହେଉଛି ଏକମାତ୍ର ଯୋଗ, ଯାହା ମାନବର ରୂପାନ୍ତର ଓ ଦିବ୍ୟଜୀବନ ପ୍ରତିଷ୍ଠାର ଆସ୍ଥାରଖେ। ପୃଥିବୀରେ ଆତଯାତ ପ୍ରତିଟି ଜୀବ ଦେହରେ ଆତ୍ମା ଅଛି। ଯାହାକୁ ଚିହ୍ନି କାର୍ଯ୍ୟ କଲେ ଜଗତର ମଙ୍ଗଳ ସାଧିତ ହୋଇପାରିବ । ବିଶେଷ କରି ଶ୍ରୀ ଅରବିନ୍ଦଙ୍କ ଅତି ମାନସ ଚେତନା ମନ, ପ୍ରାଣ ଏବଂ ଶରୀରର ରୂପାନ୍ତର ଅତିମାନବର ଆବିର୍ଭାବ ବିଷୟକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଭରପୁର ସ୍ୱାଗତ କରୁଛନ୍ତି।

ଯୋଗୀ ଶ୍ରୀ ଅରବିନ୍ଦଙ୍କୁ ଜଣେ ମହାନ ବିପ୍ଳବୀ, ସ୍ୱାଧିନତା ସଂଗ୍ରାମୀ ,ଅଧ୍ୟାପକ, ଜନନେତା ଓ ସର୍ବଶେଷରେ ଆଧ୍ୟାତ୍ମିକ ଗୁରୁ ରୂପେ ଜାଣନ୍ତି । କିନ୍ତୁ ସେ ଜଣେ ମହାନ ପତ୍ରକାର ଥିଲେ । ସେ ମଧ୍ୟ କେତେ ଗୁଡାଏ ପତ୍ରିକା ସମ୍ଫାଦନା କରୁଥିବାର ବହୁ କମ୍ ଲୋକଙ୍କୁ ଜଣା । ତାଙ୍କ ଲେଖାରେ ରାଷ୍ଟ୍ରଭକ୍ତିର ଜ୍ୱାଳା ଥିଲା । ଯାହା ତତ୍‌କାଳିନ ଯୁବ ସମାଜର ଅନ୍ତଃକରଣରେ ବହ୍ନିରୂପେ ପ୍ରଜ୍ୱଳିତ କରୁଥିଲା । ତାଙ୍କର ଲେଖାରେ ଅନୁପ୍ରାଣିତ ହୋଇ ଅନେକ ବିପ୍ଳବୀ ଓ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ସ୍ୱାଧିନତାର ଯଜ୍ଞରେ ଆହୁତି ଦେଇଥିଲେ । ତେଣୁ ତାଙ୍କୁ ଶ୍ରେଷ୍ଠ ରାଷ୍ଟ୍ରବାଦୀ ପତ୍ରକାର ରୂପେ ପରିଗଣିତ କରାଯାଇଛି ।

ଯୋଗୀ ଅରବିନ୍ଦ ୧୮୭୨ ମସିହା ଅଗଷ୍ଟ ମାସ ୧୫ ତାରିଖରେ କୋଲକୋତା ଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ସାତ ବର୍ଷ ବୟସରେ ସେ ବିଦ୍ୟାଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ । ୧୮୯୩ ମସିହା ଫେବୃୟାରୀ ୬ ତାରିଖରେ ସେ ବିଦ୍ୟାଶିକ୍ଷା ସମାପ୍ତ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସେହିପରି ୧୮୯୩ ମସିହା ଜୁନ୍ ୨୬ ତାରିଖରେ ସେ ସର୍ବପ୍ରଥମେ ପତ୍ରକାର କ୍ଷେତ୍ରରେ ପଦାର୍ପଣ କରିଥିଲେ । ସେ ଦିନ ତାଙ୍କ ଜୀବନର ପ୍ରଥମ ଲେଖା ମରାଠି ସାପ୍ତାହିକ ପତ୍ରିକା ‘ଇନ୍ଦୁ ପ୍ରକାଶ’ ରେ ‘ଭାରତ ଓ ବ୍ରିଟିଶ୍ ପାର୍ଲ୍ୟାମେଂଟ୍ ଶୀର୍ଷକ ରୂପେ ପ୍ରକାଶ ପାଇଥିଲା । ତା ପରଠାରୁ ସେହି ପତ୍ରିକାରେ ଧାରାବାହିକ ରୂପେ ତାଙ୍କର ଲେଖା ପ୍ରକାଶ ପାଇଲା ।ଏହି ସବୁ ଲେଖାଗୁଡିକରେ ସେ ‘ବନ୍ଦେମାତରଂ’ ରାଷ୍ଟ୍ରଗୀତର ପ୍ରଣେତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୀବନୀ ଓ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସେ ବଙ୍ଗଳାରୁ ଦୈନିକ ପ୍ରକାଶିତ ପତ୍ରିକା ଯୁଗାନ୍ତରରେ ନିୟମିତ ଲେଖୁଥିଲେ । ତାଙ୍କର ବଡଭାଈ ବରିନ୍ଦ୍ର ଘୋଷ ୧୯୦୬ ମାର୍ଚ୍ଚ ମାସରେ ଏହି ପତ୍ରିକା ପ୍ରତିଷ୍ଠା କରିଥିଲେ ।

ପରେ ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ପାଠଚକ୍ରରେ ନଇଁ ଅପା, ପ୍ରୀତି ଅପା, ନଳିନୀ ଭାଇ, ନରେତମ ଭାଇ ପ୍ରମୁଖ ଯୋଗଦେଇ ମୁଖ ନିସ୍ତୁତ ମହାକାବ୍ୟ ସାବିତ୍ରୀ ନିତିବାଣୀ ଆଲୋଚନାକରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟରଞନ ଦାସ, ଅଞଳି ରାଉତ, ଆଶାଲତା ରାଉତ, ମଂଜୁଲତା ପରିଡା, ଅନୂସ୍ୱୟା ବିଶ୍ୱାଳ, ଗୌରି ରାଉତ, ଶାନ୍ତିଲତା ବିଶ୍ୱାଳ, ଜେମାଦେଇ ସ୍ୱାଇଁ, ମଧୁସ୍ମିତା ପାଢୀ ସମେତ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ରାଜନଗର ଓମହାକଳପଡାରୁ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading