ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ରାଜ୍ୟ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ୫/୧-ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ “୨୦୩୬ସୁଦ୍ଧା ଓଡିଶା ଏକ ବିକଶିତ ରାଜ୍ୟ ହେବାର ସମ୍ଭାବନା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ପ୍ରଫେସର ମିତାଲି ଚିନାରା ମୁଖ୍ୟଅତିଥି,ଭୁବନେଶ୍ୱର ଜାତୀୟ ବିଜ୍ଞାନଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ସହକାରୀ ପ୍ରଫେସର ଡ଼ ଅମରେନ୍ଦ୍ର ଦାସ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୦ବର୍ଷ ଧରି ଓଡିଶାର ଅର୍ଥନୈତିକ ବିକାଶ ଓ ଏକ ବିକଶିତ ରାଜ୍ୟ ଭାବେ ଓଡିଶାର ପ୍ରବେଶ ଅର୍ଥନୀତି ଦୃଷ୍ଟିକୋଣରୁ ପାଉଥିବା ସୁଯୋଗ ଓ ସାମନା କରିବାକୁ ଥିବା ପ୍ରତିକୂଳ ପରିସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଅର୍ଥନୀତି ଓ ବିକଶିତ ଓଡିଶା ଉପରେ ମୁଖବନ୍ଧ ପାଠ କରିଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀଭୂୟାଁ ସ୍ୱାଗତଭାଷଣ ଓ ଅଧ୍ୟାପକ ସୁଭାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, ଡ଼ ସୁନୀଲ ପ୍ରଧାନ, ଡ଼ ଫକୀର ପ୍ରଧାନ, କ୍ୟାପଟେନ ମନୋଜ ପରିଡା, ରଂଜିତ ସେନାପତି, ଅମୀୟ ଦାସ ରଞ୍ଜନ ବେହୁରା ନିବେଦିତା ପ୍ରଧାନ, ରଞ୍ଜନ ବେହେରା,ରଞ୍ଜନ ଗାହାଣ, ମଧୁସ୍ମିତା ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୃଥ୍ୱୀରାଜ ସିଂ, ପାର୍ବତୀ ପଣ୍ଡା, ଆକାଂକ୍ଷା ପଣ୍ଡା, ଲୋପିତା ସାହୁ, ଦୀପକ ସାହୁ, ନଗେନ ରାଉତ,ଅନିମେଷ ରାଉତ, ପ୍ରଦୀପ ମହାପାତ୍ର ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading