ନେତାଜୀ ମଡେଲ ସ୍କୁଲର ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୨୪ା୧: ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେତାଜୀ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ଗୁରୁବାର ମୁନିସିପାଲଟି ଟାଉନ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ନଳିନୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଡଃ ଅନିଲ ଧିର ଯୋଗଦେଇ ଓଡିଶା ତଥା ସାରା ପୃଥିବୀରେ ନେତାଜୀଙ୍କ ଆଦର୍ଶ ଓ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ତଥା ସ୍ତମ୍ଭକାର ନିରାକାର ଦାସ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଓଡିଶା ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଏଏସ ପାଇଥିବା ସ୍କୁଲର ପୁରାତନ ଛାତ୍ର ପିନାକୀ ପାର୍ଥସାରଥିଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ । ଏଥିରେ ଦଶମ ଶ୍ରେଣୀର ୧୫ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଭାତରେ ଛାତ୍ରଛାତ୍ରୀ ତ୍ରିରଙ୍ଗା ଯାତ୍ରାରେ ଅଂଶଗ୍ରହଣ କରି ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଶେଷରେ କେମ୍‌ର ସଭାପତି ଇଂ ଅକ୍ଷୟ ପାଣି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍କୁଲ ସମ୍ପାଦକ ଜାହିଦ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading