ବି ଏନ ଆର ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର



ପଟ୍ଟାମୁଣ୍ଡାଇ ତା ୨୭/୧-ଭୁବନେଶ୍ୱର ବି ଏନ ଆର ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଳିପୁର ବି ଏନ ଏନ ଆର ପବ୍ଲିକ ସ୍କୁଲ ଠାରେ ଦିବଂଗତ ସମାଜସେବୀ ଇଂ ବିଭୁତି ଭୂଷଣ ପାତ୍ରଙ୍କ ସ୍ମୃତି ଉଦେଶ୍ୟରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି  । ଏହି ସ୍ୱାସ୍ଥସେବା ଶିବିରକୁ ଟ୍ରଷ୍ଟର ଅଧ୍ୟକ୍ଷା ସାମାଜସେବୀ ନିରୁପମା ପାତ୍ର ଉଦଘାଟନ କରିଥିଲେ । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଶାସନ ସରପଞ୍ଚ ସଂଗ୍ରାମ ବାରିକ, ଶ୍ରୀରାମପୁର ସରପଞ୍ଚ ପ୍ରତିନିଧି ପ୍ରତାପ ସେଠୀ, ସମିତିସଭ୍ୟ ଉତ୍ତମ ଜେନା, ଯୁବ ନେତା ଉତ୍ତମ ଖୁଣ୍ଟିଆ ଓ ଯୁବ ସମାଜସେବୀ ବିଶ୍ୱରଞ୍ଜନ ପାତ୍ର, ପ୍ରେମରଞ୍ଜନ ପଣ୍ଡା, ଶିକ୍ଷାବିତ ହରିହର ପତି ଓ ବିରେନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହିତ ବି ଏନ ଏନ ଆର ଟ୍ରଷ୍ଟର ଏଭଳି ସେବାମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସ୍ୱାସ୍ଥ୍ୟସେବା ଶିବିର ରେ ଭୁବନେଶ୍ୱର ସମ ହସ୍ପିଟାଲ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କାଶୀନାଥ ସ୍ୱାଇଁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅମରେଶ୍ୱର ଶତପଥୀ,ସ୍ତ୍ରୀ ରୋଗ ବିଶେଷଜ୍ଞ ଡା ରାଜେଶ କରଣ, ଆପୋଲୋ ହସ୍ପିଟାଲ କ୍ରିଟିକାଲ ମେଡ଼ିସିନ ଡାକ୍ତର ବିଜୟାଲଷ୍ମୀ ପାତ୍ର,ଆଳି ସି ଏଚ ସି ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ, ଆଳି ସି ଏଚ ସି ଭେଷଜ ବିଶେଷଜ୍ଞ ଡା ରଜତ କୁମାର ପାତ୍ର, ଆଳି ସି ଏଚ ସି ଇଣ୍ଟରନାଲ ମେଡ଼ିସିନ ବିଭାଗ ଡାକ୍ତର ପଙ୍କଜ କୁମାର ତ୍ରିପାଠୀ, ଆଳି ସି ଏଚ ମେଡ଼ିସିନ ବିଶେଷଜ୍ଞ ଡାକ୍ତର କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ୫୦୦ରୁ ଉର୍ଦ୍ଧ ରୋଗୀଙ୍କୁ ଚିକିତ୍ସା କରିବା ସହିତ ମାଗଣାରେ ଔଷଧ ବଣ୍ଟନ କରିଥିଲେ ।  ଏହି ଶିବିରକୁ ସମ୍ପଦ୍ ପାତ୍ର, ଅମୂଲ୍ୟ ସାହୁ, ସଞ୍ଜୟ ରାଉତ, ବଲରାମ କୁଣ୍ଡଙ୍କ ସମେତ ବି ଏନ ଏନ ଆର ପବ୍ଲିକ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading