ଯୁଗରୂପା ବିଦ୍ୟା ଭବନର ସୁବର୍ଣ୍ଣ ଜୟନ୍ତୀର ପ୍ରସ୍ତୁତି



କେନ୍ଦ୍ରାପଡା,୨୮ା୧: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ପଞ୍ଚାୟତସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଯୁଗରୂପା ବିଦ୍ୟା ଭବନର ସୁବର୍ଣ୍ଣ ଜୟନ୍ତୀ ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ପ୍ରଭାସ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂସଦର ସମ୍ପାଦକ ଭାସ୍କର ଚନ୍ଦ୍ର ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସଂଗୃହୀତ ଅର୍ଥରାଶିର ହିସାବ ପ୍ରଦାନ କରିଥିଲେ । ପ୍ରାକ୍ତନ ଛାତ୍ର ତଥା ପରିବେଶବିତ୍ କାଶୀନାଥ ରାଉତରାୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସରସ ସୁନ୍ଦର ସହ ଏହାକୁ ତିନିଦିନ ପ୍ୟାପି ପାଳନ କରିବାର ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ରାଜ୍ୟ ଓଷ୍ଟାର ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇବା ସହ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଫଳତା ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ପ୍ରାକ୍ତନ ଶିକ୍ଷକ ସତ୍ୟବ୍ରତ ସେନାପତି ଓ ରତ୍ନାକର ରାଉତରାୟଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଦାସ ଉପସ୍ଥିତ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କୁ ଐକ୍ୟତା ଓ ସଂଘତି ରଖି ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଛାତ୍ର ହରିଶ୍ଚନ୍ଦ୍ର ସାହାଣୀ, ରବିନ୍ଦ୍ର ବଳବନ୍ତରାୟ, ମୀନକେତନ ସେଠୀ, ଦିଲ୍ଲିପ କୁମାର ମଲ୍ଲ, ଉମେଶ ଚନ୍ଦ୍ର ବାହାଲିଆ, ନୃସିଂହ ଚରଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବାରିକ, ମୋହନ ପ୍ରସାଦ ପଣ୍ଡା, ନଗେନ୍ଦ୍ର ପ୍ରସାଦ ଚୌଧୁରୀ, ଶିବ ପ୍ରସାଦ ଚୌଧୁରୀ, ସଞ୍ଜୟ ଜେନା, ଅଜୟ ଚୌଧୁରୀ, ବିବେକାନନ୍ଦ ଜେନା, ସାମ୍ବାଦିକ କଳ୍ପତରୁ ସାମଲ, ଅଶୋକ ପ୍ରଧାନ, ବିପିନ ବିହାରୀ ପ୍ରଧାନ, ଧନେଶ୍ୱର ସେଠୀ, ସଚ୍ଚିଦାନନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading