ଅବକାରୀ ବିଭାଗର ଚଢାଉ , ମଦ ସହ ଜଣେ ଗିରଫ



ପଟ୍ଟାମୁଣ୍ଡାଇ ୨୮/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡା ଗ୍ରାମରେ ଜଣଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ମଦ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ଏକ ଅବକାରୀ ମାମଲା ରୁଜୁ ହୋଇ କୋଟ ଫରୁଆଡ କରାଯାଇଛି ବୋଲି ଇନ୍ସପେକ୍ଟର ପଦ୍ମଲୋଚନ ନାଏକ ସୁଚନା ଦେଇଛନ୍ତି । ବାଲିପଡାରେ ନକଲି ବେଆଇନ ମଦ ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିବା ନେଇ ବିଶେଷ ସୁତ୍ରରୁ ଅବକାରୀ ବିଭାଗ ସୂଚନା ପାଇଥିଲା। ଏନେଇ କେନ୍ଦ୍ରାପଡା ଅବକାରୀ ଏସପି ବିପ୍ରଚରଣ ମଣ୍ଡଳଙ୍କ ନିଦ୍ଧେଶ କ୍ରମେ ଅବକାରୀ ଇନ୍ସପେକ୍ଟର ନାଏକ ଓ ସବ- ଇନ୍ସପେକ୍ଟର ନରେଶ ପଣ୍ଡାଙ୍କ ନେତୃତ୍ୱରେ ଟୁକୁନା ପ୍ରଧାନ, ଏଏସଆଇ ରେଣୁକା ମଲିକ କନେଷ୍ଠବଳ ପ୍ରଶାନ୍ତ ଘଡେଇ, ସୁନିଲ ମିଶ୍ର, ଲିକନ ପ୍ରଧାନ ପ୍ରମୁଖ ବାଲିପଡା ନକଲି ମଦ କାରବାର କରୁଥିବା ମାଫିଆଙ୍କ ଘରେ ଚଢାଉ କରିଥିଲେ। ଚଢାଉ ସମୟରେ ଅବକାରୀ କର୍ତୃପକ୍ଷଙ୍କୁ ଦେଖି ମଦ ମାଫିଆ ଫେରାର ହୋଇଯାଇଥବା ଭେଳେ ତାଙ୍କ ମା ୮୍‌କୁ ଅବକାରୀ ବିଭାଗ ଗିରଫ କରିଛିା


Discover more from

Subscribe now to keep reading and get access to the full archive.

Continue reading