କେନ୍ଦ୍ରାପଡା ପାଲାଗାୟକ ପରିଷଦ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ



କେନ୍ଦ୍ରାପଡା,୨୯ା୧: କେନ୍ଦ୍ରାପଡା ଶାଖାର ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ବାର୍ଷିକ ଉତ୍ସବ ରାଣୀପୋଖରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ବୁଧବାର ତିନିମୁହାଣୀ ରାମମନ୍ଦିରଠାରେ ପାଲାଗାୟକ ପର୍ଶୁରାମ ପଣ୍ଡାଙ୍କ ସଭାପତିତ୍ୱରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉପଦେଷ୍ଟା ଚିନ୍ମୟ ଦାଶ ଉପସ୍ଥିତ ରହି ଶପଥପାଠ କରାଇଥିଲେ । ସଂଗଠନର ସ୍ଥାୟୀ ସଭାପତି ଲକ୍ଷ୍ମୀଧର ରାଉତ, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ବେହେରା, ଉପସଭାପତି ସୁରେନ୍ଦ୍ର ଶତପଥୀ, ସମ୍ପାଦକ ବିଶ୍ୱମ୍ବର ପ୍ରସାଦ ରଣା, ସହ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ନାଥ, ସଂଗଠନ ସମ୍ପାଦକ ସଦାଶିବ ପଣ୍ଡିତ୍ରା, ଯୁଗ୍ମ ଅର୍ଥ ସମ୍ପାଦକ ଅଲେଖ ଚନ୍ଦ୍ର ଦାଶ ପ୍ରମୁଖ ଶ୍ରୀ ସତ୍ୟନାରାୟଣଙ୍କ ନାମରେ ଶପଥପାଠ କରିଥିଲେ । କାର୍ଯ୍ୟକାରୀ ସଦସ୍ୟ, ସଦସ୍ୟା ଭାବେ ବିଭିନ୍ନ ବ୍ଲକରୁ ଶରତ ଚନ୍ଦ୍ର ସ୍ୱାଇଁ, ପ୍ରମୋଦ କୁମାର ନାଥ, କେଶବ ଚନ୍ଦ୍ର ପତି, ବିଷ୍ଣୁ ଚରଣ ଆଚାର୍ଯ୍ୟ, ଭଞ୍ଜ କିଶୋର ମହାରଣା, ଭାଗବତ ବେହେରା, ସଦାନନ୍ଦ ଶତପଥୀ, ଦଶରଥ ରାଉତ, ଗୋଲକ ଚନ୍ଦ୍ର ସ୍ୱାଇଁ, ଅଶୋକ ରଣା, ସବିତା ଦେହୁରି, ଗୋଲକ ଚନ୍ଦ୍ର ବେହେରା ଓ ରଞ୍ଜିତା ବେହେରା ପ୍ରମୁଖ ସଂଗଠନର ଉନ୍ନତି ପାଇଁ ସମସ୍ତ ସହଯୋଗ କରିବାକୁ ଶପଥ ଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ନାଥ ନିର୍ବାଚିତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading