ପ୍ରେମିକଙ୍କ ସହିତ ବିଭା ହେବlକୁ ଥିବା କନ୍ୟାକୁ ବିଷ ଦେଲେ ପ୍ରେମିକା!


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଂଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ନିଜର ପ୍ରେମିକ ସହିତ ବିଭା ହେବାକୁ ଥିବା ଜନୈକା କନ୍ୟାକୁ ପ୍ରେମିକା ବିବାହିତା ମହିଳା ଜଣକ ବିଷ ଦେଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଯାହାଫଳରେ ପ୍ରେମିକଙ୍କ ପ୍ରସ୍ତାବିତ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଡାମରପୁର ଅଞ୍ଚଳର ଜଣେ କନ୍ୟାଙ୍କ ସହିତ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଏସକେ ସାହିଲ ସହିତ ବିଭାଘର ଠିକ ହୋଇଥିଲା । ଗୁରୁବାର ନିର୍ବନ୍ଧ ଥିଲା । ଅପରାହ୍ନରେ ସଗୁନନେଇ ଝିଅର ବାପା ମା ପୁଅ ଘରକୁ ଯାଇଥିବା ବେଳେ ଝିଅ ଘରେ ଏକୁଟିଆ ଥିଲା । ଏହାର ସୁଯୋଗ ନେଇ ପୁଅ ସହିତ ବହୁ ପୂର୍ବରୁ ପ୍ରେମ ସମ୍ପର୍କରେ ଥିବା ଜନୈକା ପ୍ରେମିକା ବିବାହ ହେବାକୁ ଥିବା କନ୍ୟା ଘରେ ପାହିଁଚି ଏକ ଥଣ୍ଡା ବୋତଲରେ କିଟନାଶକ ମିଶାଇ ସମ୍ପୃକ୍ତା ଝିଅକୁ ଜୋର ଜବରଦସ୍ତ ପିଆଇ ଦେଇଥିଲା । ଏହା ବିବାହ ସ୍ଥିର ହୋଇଥିବା କନ୍ୟାଟି ଗୁରୁତର ଅସୁସ୍ଥ ହୋଇ ବାଡେଇ ଛାଟି ହେବାର ଦେଖି ପାଖ ପଡୋଶୀ ତାକୁ ସଙ୍ଗେ ସଙ୍ଗେ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ପଟ୍ଟାମୁଣ୍ଡାଇ ସବଡିଭିଜିନାଲ ହସ୍ପିଟାଲ ନେବା ସହିତ ପରେ ପରେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତି କରିଥିଲେ । ଏହି ହୃଦୟ ବିଦାରକ ଘଟଣା ପରେ ଗ୍ରାମବାସୀ ମାନେ ସମ୍ପୃକ୍ତ ପ୍ରେମିକା ବିବାହିତ ମହିଳାକୁ ଅଟକ ରଖିଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ଘଟଣାକୁନେଇ ଝିଅର ବାପା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ୪୫/୨୦୨୫  ରୁଜୁ କରି ତଦନ୍ତ ଚଳାଇଛି ।


Discover more from

Subscribe now to keep reading and get access to the full archive.

Continue reading