ଶିକ୍ଷକନେତା ଭଗବାନ ଜେନାଙ୍କ ୮ମ ସ୍ମାରକୀ ବକ୍ତ୍ରୁତାମାଳା ଜାତୀୟ ଶିକ୍ଷାନୀତି, ୨୦୨୦



କେନ୍ଦ୍ରାପଡ଼ା, ୩ା୨: ଶିକ୍ଷକନେତା ତଥା ସାହିତ୍ୟିକ ପ୍ରାଧ୍ୟାପକ ଭଗବାନ ଜେନାଙ୍କ ଅଷ୍ଟମ ସ୍ମାରକୀ ବକ୍ତ୍ରୁତାମାଳା ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଲ’ କଲେଜ କଲୋନୀ ସ୍ଥିତ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପରିସରରେ ଥିବା ବିକଳ୍ପ ବିଚାର ମଞ୍ଚ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍ଘାଟକ ରୂପେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା ଜାତୀୟ ଶିକ୍ଷାନୀତିର ପ୍ରଚଳନ ସମୟ ଏବଂ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟ ଆଲୋଚକ ଅଧ୍ୟାପକ ତପନ କୁମାର ପତି ପ୍ରାଧ୍ୟାପକ ଜେନାଙ୍କ ଓଡିଶାର ଶିକ୍ଷା, ସମାଜ ଓ ସାଂସ୍କୃତିକ ଜଗତ ପ୍ରତି ଅବଦାନର ସ୍ମୃତିଚାରଣ କରିବା ସହ ଶିକ୍ଷା ବ୍ୟବସ୍ଥାର କ୍ରମବିକାଶ ଉପରେ ଆଲୋଚନା କରିଥିଲେ। ପ୍ରାଧ୍ୟାପକ ମୋହନ ଚରଣ ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିବା ବେଳେ ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମହେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ. ଗିରୀଶ ଚନ୍ଦ୍ର ପାତ୍ର, ଶୁଭାଂଶୁ ଦାସ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ମୁକ୍ତାର ଖାଁ, ଅବନ୍ତୀ ବେହେରା, ଅଧିକାରୀ ରାଧାକାନ୍ତ ଦାଶ, ରଣଧୀର ଜେନା, ସ୍ୱପ୍ନାଂଶୁ ଦାସ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ପଣ୍ଡିତ ପ୍ରତାପ ପତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading