ଦଶିପୁର ଗ୍ରାମପଞ୍ଚାୟତରେ ମିନି ଧାନମଣ୍ଡି ଖୋଲାଯିବାକୁ ଦାବି



କେନ୍ଦ୍ରାପଡା,୩ା୨: ଦଶିପୁର ଗ୍ରାମପଞ୍ଚାୟତରେ ଏକ ମିନି ଧାନମଣ୍ଡି ଖୋଲାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତଟି ହେଉଛି ନଦୀ ନାଳ ଘେରା ଅଞ୍ଚଳ। ପୂର୍ବରୁ ଏହି ପଞ୍ଚାୟତଟି ଦେମାଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିଲା। କିନ୍ତୁ ଏହି ଅଞ୍ଚଳର ଚାଷୀମାନେ ନଦୀନାଳ ପାର ହୋଇ ସେମାନଙ୍କ ଧାନକୁ ବୋହି ମଣ୍ଡିରେ ପହଞ୍ଚି ବିକ୍ରୀ କରିବା ସମ୍ଭବ ନୁହେଁ। ତେଣୁ ଏହି ଧାନମଣ୍ଡିକୁ ନଦୀନାଳ ପାର ହୋଇ ଧାନ ନେଇ ଯିବା ସମ୍ଭବ ହେଉନାହିଁ। ତେଣୁ ଦଶିପୁର ଗ୍ରାମପଞ୍ଚାୟତରେ ଏକ ମିନି ଧାନ ମଣ୍ଡି ଖୋଲାଯିବାକୁ ଦଶିପୁର ଅଞ୍ଚଳ ବାସୀଙ୍କ ପକ୍ଷରୁ ପୂର୍ବତନ ସରପଞ୍ଚ ବିବେକାନନ୍ଦ ଦାଶ, ମହନ୍ତ ସୁରଦାଶ ମହାରାଜ, ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତି,ରମେଶ ସାହୁ, ଶରତ କୁମାର କର, ପ୍ରକାଶ ପଣ୍ଡା, ନିରଞ୍ଜନ ସାହୁ, ଶାନ୍ତନୁ ମଳିକ, ପ୍ରମୋଦ ମଲିକ, ବିକ୍ରମ ମଳିକ ପ୍ରମୁଖ ସୋମବାର ପୈାର ପରିଷଦ ଟାଉନହଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡି଼ଛି।