କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା- ୨୦୨୪



କେନ୍ଦ୍ରାପଡ଼ା, ୫ା୨: ଜଜାଙ୍ଗ କ୍ଲଷ୍ଟରର ନିପୁଣ ଓଡିଶା-୨୦୨୪ କାର୍ଯ୍ୟକ୍ରମ ଜଜାଙ୍ଗ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କ୍ଲଷ୍ଟର ସଂଯୋଜିକା ସ୍ନେହଲତା ପରିଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କପାଳେଶ୍ୱର ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ, ଏସ୍‌ଏମ୍‌ସିର ସଭାପତି ରଞ୍ଜୁଲତା ସ୍ୱାଇଁ ତଥା ନୂତନ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶେଖ୍ ରିଜୁଆନ ଅତିଥି ପରିଚୟ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହାବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ୧୫୦ଜଣ ଛାତ୍ରଛାତ୍ରୀ, ୨୧ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ଶେଖ୍ ରଇସୁଦ୍ଦିନ୍‌, ଶେଖ୍ ସମିମ୍‌, ଶିକ୍ଷୟତ୍ରୀ ପ୍ରମୋଦା ବିଶ୍ୱାଳ, ସଂଯୁକ୍ତା ପ୍ରଧାନ, ମାନସୀ ସିଂହ, ଅବିନାଶ ଥାଟୋଇ ପ୍ରମୁଖ ସହଯୋଗ କରିଥିଲେ ।


Next Post

ଶ୍ରୀବଳଦେବଜୀଉଙ୍କ ମନ୍ଦିର ସୁରକ୍ଷା ନେଇ ବଳଦେବସେନା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

Wed Feb 5 , 2025
କେନ୍ଦ୍ରାପଡ଼ା, ୫ା୨: ବଳଦେବ ସେନା ପକ୍ଷରୁ କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ପ୍ରସଙ୍ଗ ଗୁଡିକରୁ ମୁଖ୍ୟତଃ ଶ୍ରୀଜୀଉଙ୍କ ଦେଉଳରେ ମୋବାଇଲ ଓ କ୍ୟାମେରା ନିଷେଧ କରାଯିବା ସହ ମନ୍ଦିରରେ ବିକାଶ ମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇ ତ୍ୱରାନିତ କରାଯିବାକୁ ଦାବି ହୋଇଛି। ସୂଚନା […]

KANIKA