ମାର୍ଶାଘାଇ ବ୍ଲକର ଅଙ୍ଗନୱାଡିକେନ୍ଦ୍ର ଗୁଡିକ ଭାଉଚର ନଥାଇ ସାମଗ୍ରୀ କିଣୁଥିବା ଅଭିଯୋଗ



କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇ.ସି.ଡି.ଏସ.) କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡିକେନ୍ଦ୍ର ଗୁଡିକ କିଣୁଥିବା ସାମଗ୍ରୀର କୈାଣସି ଭାଉଚର ରଖିନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ଶ୍ରୀଚରଣ ମାହାଳିଙ୍କ ପୁଅ ସୂଚନା ଅଧିକାର ଅଭିଯାନ କର୍ମୀ ରମାକାନ୍ତ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେ ସୂଚନା ଅଧିକାର ଆଇନରେ ମାର୍ଶାଘାଇ ଆଇ.ସି.ଡି.ଏସ.କୁ କେତେକ ତଥ୍ୟ ମାଗିଥିଲେ। ମାର୍ଶାଘାଇ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇ.ସି.ଡି.ଏସ.) କାର୍ଯ୍ୟାଳୟ ସୂଚନା ଅଧିକାର ଆଇନରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ସେହି କାର୍ଯ୍ୟାଳୟ ଅଧିନରେ ୧୮୦ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି ୧୮୦ଟି ଅଙ୍ଗନୱାଡି କେନ୍ଦ୍ର ପାଖରେ ସେମାନେ କିଣୁଥିବା ଛତୁଆ, ଅଣ୍ଡା, ଲଡୁ, ମୁଆଁ, ସୁଇଟର, ପିଲାଙ୍କ ପୋଷାକ, ଜୋତା ଓ ମୋଜା ପ୍ରଭୃତିର କୈାଣସି ଜିଏସଟି ଭାଉଚର ନଥିବା ସେମାନେ ସୂଚନା ଅଧିକାର ଆଇନରେ ପ୍ରଦାନ କରିଥିବା ତଥ୍ୟ କହୁଛି। ସାରା ମାର୍ଶାଘାଇ ବ୍ଲକର ୧୮୦ଟି ଅଙ୍ଗନୱାଡି କେନ୍ଦ୍ର ନିମନ୍ତେ ପ୍ରତିବର୍ଷ ସରକାରୀ ଅନୁଦାନରେ କିଣା ଯାଉଥିବା କୋଟି କୋଟି ଟଙ୍କାର ସାମଗ୍ରୀ କିଭଳି ବିନା ଜିଏସଟି ଭାଉଚରରେ କିଣା ଯାଉଛି। ତେଣୁ ଏଥିରୁ ଅନୁମେୟ ଯେ କିଭଳି ବେଆଇନ ଭାବେ ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି ବୋଲି ସୂଚନା ଅଧିକାର ଅଭିଯାନର କର୍ମୀ ଶ୍ରୀ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Next Post

ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ବିଷ୍ଣୁ ମହାଯଜ୍ଞ ଆରମ୍ଭ

Thu Feb 6 , 2025
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରି ଶ୍ରୀ ବିଷ୍ଣୁ ମହାଯଜ୍ଞର ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମାଜର ମଙ୍ଗଳ କାମନା ନିମନ୍ତେ ଏହି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଶ୍ରୀମା’ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତିବର୍ଷ ଭଳି ଚଳିତବର୍ଷ ସାତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି […]

KANIKA