ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପାଇଁ ସହାୟତା


 


କେନ୍ଦ୍ରାପଡା,୧୦ା୨: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ସ୍ନାତକ ଶ୍ରେଣୀର ଆର୍ôଥକ ଅନଗ୍ରସର ମେଧାବୀ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ପୁନର୍ବାସ ଅନୁଷ୍ଠାନ ନିଷ୍ପତ୍ତି ଗ୍ରହଣ କରିଛି। ସାଧାରଣତଃ ଉଭୟ ଗୁରୁତର ଭିନ୍ନକ୍ଷମତା ଓ ଆର୍ôଥକ ଅନଗ୍ରସରତା ପରି ବାଧକତା ହେତୁ ଏହି ବର୍ଗର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶେଷ ଅଗ୍ରସର ହୋଇପାରନ୍ତି ନାହିଁ। ସମାଜର ଏହି ଦୁର୍ବଳ ବର୍ଗଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ଏ ଦିଗରେ ଆଗଭର ହୋଇ ଚଳିତ ବର୍ଷଠାରୁ ଭିନ୍ନକ୍ଷମତା ଭୋଗ କରୁଥିବା ଗୁରୁତର ଶାରୀରିକ, ବୌଦ୍ଧିକ ଭିନ୍ନକ୍ଷମ ଓ ଦୃଷ୍ଟିବାଧିତ ବର୍ଗର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ଚାରିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମେଧାବୃତ୍ତି ରାଶି ପ୍ରଦାନ କରିବ। ଏଥି ନିମନ୍ତେ ଆବଶ୍ୟକ ଥିବା ବୃତ୍ତିରାଶି ପଚାଶ ହଜାର ଟଙ୍କା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଏକ ଚେକ୍ ମାଧ୍ୟମରେ କୋଷାଧ୍ୟକ୍ଷ ଶିବଚରଣ ସାମଲଙ୍କୁ ସହ-ସମ୍ପାଦକ ବଂଶୀଧର ମହାନ୍ତିଙ୍କ ଉପସ୍ଥିତରେ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଶତାଦ୍ଦୀର ଷାଠିଏ ଦଶକରେ ଚରମ ଦାରିଦ୍ର‌୍ୟତା ଓ ନଦୀନାଳ ଦ୍ୱାରା ବିଛିନ୍ନ ତତ୍କାଳୀନ କରାଣ୍ଡିଆ ଓ ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ଭୌଗୋଳିକ ପ୍ରତିକୂଳତା ସତ୍ତ୍ୱେ ବଛରାଇ ଗ୍ରାମର ସଫଳ ବ୍ୟକ୍ତିତ୍ୱ ପ୍ରାକ୍ତନ ଓଡିଶା ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଶ୍ରୀଧର ରାଉତଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ମେଧାବୃତ୍ତି ରାଶିକୁ ତାଙ୍କ ପୁତ୍ର ଶ୍ରୀ ରାଉତରାୟଙ୍କ ତରଫରୁ ପ୍ରଦାନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ପରିଷଦର ସଭ୍ୟ ମହମ୍ମଦ ଜାହିଦ୍ ଖାନ୍‌, ଜ୍ୟୋତିରଞ୍ଜନ ନାୟକ ଓ ଶେଷଦେବ ଦାସ ପ୍ରକାଶ କରିଛନ୍ତି।


Next Post

ବିଦ୍ୟାଳୟସ୍ତରୀୟ ଗଣିତ, ବିଜ୍ଞାନ ମେଳା ଅନୁଷ୍ଠିତ

Tue Feb 11 , 2025
କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେରଗାଁ ପଞ୍ଚାୟତ ବଜ୍ରବୁଢୀ ବାଳିକା ଉଚ୍ଚ ବିଦ୍ୟାଳୟର “ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା” ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଓ ଗଣିତ କ୍ଲବର ଛାତ୍ରୀମାନେ ବିଭିନ୍ନ ପ୍ରକାର ଗଣିତ ଓ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମହାପାତ୍ର ଓ ପ୍ରିୟଦର୍ଶିନୀ ଦାସ ପ୍ରଦର୍ଶନୀର ବିସ୍ତୃତ ପରିସରକୁ ପ୍ରଶଂସା କରି କହିଥିଲେ, “ଆମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସୃଜନଶୀଳତା […]

KANIKA