କେନ୍ଦ୍ରାପଡା ରାଜପୁତ ଆସୋସିଏସନର ବୈଠକ



କେନ୍ଦ୍ରାପଡା,୧୦ା୨: କେନ୍ଦ୍ରାପଡା ରାଜପୁତ ଆସୋସିଏସନର ଏକ ବୈଠକ ସହରର ବିନୋଦବିହାରୀ ମନ୍ଦିର ପ୍ରାଙ୍ଗଣରେ ଆଇନଜୀବୀ ହାଡିବନ୍ଧୁ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜପୁତ ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ କେନ୍ଦ୍ରାପଡା ସହର, ଇଛାପୁର, ମଡରପୁର, ଦୁହୁରିଆ ପ୍ରଭୃତି ଅଞ୍ଚଳର ରାଜପୁତ ଭାଇମାନେ ଯୋଗଦେଇଥିଲେ। ରାଜପୁତ ଜାତିର ସଦସ୍ୟମାନଙ୍କର କୈାଣସି ଅସୁବିଧା ବା ସମସ୍ୟା ଉପୁଜିଲେ ଆସୋସିଏସନ ତାଙ୍କୁ ସହଯୋଗ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆସୋସିଏସନର ପରବର୍ତ୍ତୀ ବୈଠକ ଅପ୍ରେଲମାସ ୧୩ତାରିଖ ସନ୍ଧ୍ୟାରେ କାକଟସ୍ଥିତ ବିନୋଦବିହାରୀ ମନ୍ଦିର ପରିସରରେ ହେବାକୁ ସ୍ଥିର କରାଗଲା। ଏହି ବୈଠକରେ ସରୋଜରାଜ ସିଂହ, ବିଭୁପ୍ରସାଦ ସିଂହ, ରବୀନ୍ଦ୍ର ପ୍ରସାଦ ସିଂହ, ମଧୁସୁଦନ ସିଂହ, କିଶୋର କୁମାର ସିଂହ, ନିର୍ମଳ ସିଂହ, ଧନେଶ୍ୱର ସିଂହ, ପ୍ରଶାନ୍ତ କୁମାର ସିଂହ, ପ୍ରଫୁଲ୍ଲ କୁମାର ସିଂହ, ଦିନବନ୍ଧୁ ସିଂହ, ଗଣେଶ କୁମାର ସିଂହ, ଦିନେଶରାଜ ସିଂହ, ପ୍ରମୋଦ କୁମାର ସିଂହ, ଗୈାରିଶଙ୍କର ସିଂହ, ଗଗନବିହାରୀ ସିଂହ, ସନ୍ତୋଷ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading