ଇନ୍ସପେକ୍ଟର ସ୍ତରରେ ଅଦଳବଦଳ



କେନ୍ଦ୍ରାପଡ଼ା,୧୩ା୨: କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ଆରକ୍ଷୀ ଅଧୀକ୍ଷକ ଅଦଳବଦଳ କରିଛନ୍ତି। ସେହି ଅନୁଯାୟୀ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର (ଆରକ୍ଷୀ ନିରୀକ୍ଷକ) ସରୋଜ ସାହୁଙ୍କୁ ଡେରାବିଶ ଥାନାରେ ଅବସ୍ଥାପିତ କରାଯାଇଥିବା ବେଳେ ମୁଖ୍ୟାଳୟରେ ଥିବା ତପନ କୁମାର ନାୟକଙ୍କୁ ଆଳି ଥାନାକୁ, ମୁଖ୍ୟାଳୟରେ ଥିବା ବନ୍ଦନା ପାତ୍ରଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା, ମହାକାଳପଡ଼ା ଥାନାଧିକାରୀ ଧୀରଜ ଲେଙ୍କାଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଅବସ୍ଥାପିତ କରାଯାଇଛି, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଧିକାରୀ ନରେଶ ସାହୁଙ୍କୁ ରାଜନଗର ଥାନାକୁ, ସଦର ଥାନାଧିକାରୀ ବିମଳ ମଲ୍ଲିକଙ୍କୁ ତାଳଚୁଆ ସାମୁଦ୍ରିକ ଥାନାକୁ, ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଶୁଭେନ୍ଦୁ ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି।ସେହିପରି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥିବା ରାଜେନ୍ଦ୍ର କୁମାର ମହାପାତ୍ରଙ୍କୁ ମହାକାଳପଡ଼ା ଥାନା, ଡେରାବିଶ ଥାନାଧିକାରୀ କିଶୋର ଚନ୍ଦ୍ର ତରେଇଙ୍କୁ ତନ୍ତିଆପାଳ ସାମୁଦ୍ରିକ ଥାନା, ତନ୍ତିଆପାଳ ସାମୁଦ୍ରିକ ଥାନାରେ ଥିବା ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ଜମ୍ବୁ ସାମୁଦ୍ରିକ ଥାନାରେ, ମୁଖ୍ୟାଳୟରେ ଥିବା ମହମ୍ମଦ ଜାମସେଦଙ୍କୁ ପାଟକୁରା ଥାନାରେ, ତାଳଚୁଆ ସାମୁଦ୍ରିକ ଥାନାରେ ଥିବା ସସ୍ମିତା ସାହୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ, ଜମ୍ବୁ ସାମୁଦ୍ରିକ ଥାନାରେ ଥିବା ଶ୍ରୀକାନ୍ତ ବାରିକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ, ପାଟକୁରା ଥାନାରେ ଥିବା ପ୍ରଦୀପ ପ୍ରଧାନଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ବଦଳି ହୋଇଥିବା ଏହି ଅଧିକାରୀମାନଙ୍କୁ ନୂତନ ସ୍ଥାନରେ ତୁରନ୍ତ ଯୋଗଦେବା ପାଇଁ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲା ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ଏହି ବଦଳି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।


Next Post

ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଦ୍ୱାରା ପୁଲବାମା ସହିଦ ଦିବସ ପାଳିତ

Fri Feb 14 , 2025
କେନ୍ଦ୍ରାପଡା,୧୪ା୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡାର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ରଙ୍କ ସଭାପତିତ୍ୱରେ ପୁଲବାମା ସହିଦ ଦିବସ କାର୍ଯ୍ୟକ୍ରମ ତିନିମୁହାଣ ଛକସ୍ଥିତ ଅମର ଯବାନ ସହିଦ ସ୍ତମ୍ବ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଏବଂ ସୁବେଦାର ମେଜର ହନରାରି ଲେଫ୍ଟନାଣ୍ଟ ବ୍ରଜ କିଶୋର ସାହୁ ସହିଦ ସ୍ତମ୍ବରେ ସାମୁହିକ ରିତ ଅର୍ପଣ କରିଥିଲେ ଓ ଦୀପକ ପ୍ରଜ୍ୱଳନ କରିଥିଲେ। ସହ ସମ୍ପାଦକ […]

KANIKA