୫ବାଇକ ଜବତ, ଦୁଇ ଚୋର ଗିରଫ



କେନ୍ଦ୍ରାପଡ଼ା,୬ା୩: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ବାଇକ ଚୋରି ର‌୍ୟାକେଟ ଠାବ କରିଛି। ଏହି ର‌୍ୟାକେଟ୍‌ରେ ଥିବା ଦୁଇ ଚୋରଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୫ଟି ଚୋରା ବାଇକ ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ତୁଳସିପୁର ଗ୍ରାମର ଜ୍ଞାନରଞ୍ଜନ ସେଠୀ(୨୫) ଓ ସେହି ଗ୍ରାମର ରାଜେଶ ଜେନା(୨୨)। ଏହି ଚୋରମାନେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ଉଭୟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ଚୋରଙ୍କ ସମ୍ପର୍କରେ ପୋଲିସକୁ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା। ଫଳରେ ସେମାନଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା। ସେହି ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ବାଇକ ଚୋରି ର‌୍ୟାକେଟର ସଦସ୍ୟମାନଙ୍କୁ ଧରିଥିଲା। ଉଭୟ ଚୋରଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।


Next Post

ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ

Fri Mar 7 , 2025
କେନ୍ଦ୍ରାପଡା ୭/୩ – ଦାଦାବଟି ମାଗି ବିଫଳ ହେବାରୁ ବୃଦ୍ଧଙ୍କୁ ବୁଲେଟ୍ ଚେନ୍ ରେ ପିଟିଲେ ଦୁର୍ବୃତ୍ତ । ଏହି ମାଡମରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ଘଟିଛି କେନ୍ଦ୍ରାପଡା ଛାଞ୍ଚୁଣିଆ ଗାଁର ବ୍ୟବସାୟୀ ଅନନ୍ତ ଚରଣ ପାତ୍ର । ଆକ୍ରମଣର ଶିକାର ହୋଇଥିବା ଅନନ୍ତ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ସୁରକ୍ଷା ନମିଳିଲେ ଗାଁ ଛାଡି ପଳାଇବେ ବୋଲି କହିଛନ୍ତି […]

You May Like