୧୯୮୦ ମସିହା ମେଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

୧୯୮୦ ମସିହା ମେଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ


କେନ୍ଦ୍ରାପଡା ୧୦/୩- ବନ୍ଧୁତ ଅନେକ ବନ୍ଧୁତାର ସଂଜ୍ଞାତ ଅନେକ ହେଲେ ଏ ବନ୍ଧୁତା ସ୍ୱତନ୍ତ୍ର ଅଲଗା। ମାର୍ଚ୍ଚ ୯ତାରଖ ଦୋଳ ଦଶମୀ ତିଥି ରବିବାର ଦିନ ଏକତ୍ରିତ ହେଲେ ଗୋପଛକ ସ୍ଥିତି କମଲ ଭବନରେ। ବଳଦେବ ଉଚ୍ଚ ବିଦ୍ୟାଳୟର ୧୯୮୦ ମସିହା ମେଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀ ମାନେ। ଅଭୁଲା ସ୍ମୃତିକୁ ମନେପକାଇ ସଭିଏଁ କହିଚାଲିଥିଲେ ସେଦିନର ସ୍କୁଲର ଘଟି ଜାଇଥିବା କଥା କେତେ ଭଲ ଥିଲା ଆମ ସ୍କୁଲ ଏବଂ ପାଠପଢା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଗିଦ୍ ସହିତ ଭଲପାଇବା, ସାଙ୍ଗସାଥୀ ମାନଙ୍କ ପାଠ ପଢା ସହିତ ଖେଳକୁଦ ଏବଂ ପାଠପଢା ସହିତ ଗୁରୁ ଗୁରୁଜନ ମାନଙ୍କୁ ଭକ୍ତି କରିବା ଏମିତି ଅନେକ କଥା । ନାହଁ ଆଜିସେ ବେତ ମାଡ କି ବ୍ଲାକ୍ ବୋଡ, ଚକ୍ ଖଡି କି ବହି ଖାତା ଭରିଥିବା କପଡା ବ୍ୟାକ୍ । ସେହି ଅଭୁଲା ସ୍ମୃତି ତୁ ମନେ ପକାଇ ସେଦିର ଘଟିଯାଇଥିବା ଘଟଣା ସବୁକୁ ଦୋହରାଇ ଥିଲେ ଏକତ୍ରିତ ହୋଇଥିବା ସାଙ୍ଗମାନେ ଏବଂ କିଛି ସମୟ ସେହି ପରିବେ ଭାବ ବିହ୍ୱଳ ସୃଷ୍ଟି ହୋଇଥିଲା। ଦିର୍ଘ ୪୫ବର୍ଷ ବ୍ୟବଧାନ ପରେ ସେଦିନ ର ହାପ୍ ପ୍ୟାଣ୍ଟ୍‌, ହାପ୍ ସାର୍ଟ ଏବଂ ହାତରେ ଖାତା ବହି ଭରି ଥିବା କପଡାର ବ୍ୟାକ୍ ଥରି ବହାରି ପଡୁଥିଲେ ସ୍କୁଲ ଅଭିମୁଖେ। ସ୍କୁଲ ରେ ପହଞ୍ଚି ଲା ପରେ ଆରମ୍ଭ ହେଉଥିଲା ପ୍ରାର୍ଥନା ପରେ ପାଠପଢା। ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢା ସାଙ୍ଗକୁ ଖେଳକୁଦରେ ପିଲା ମାନଙ୍କୁ ଉତ୍ସାହିତ କରିଥାନ୍ତି। ଏବେ ସେହି ସ୍କୁଲରେ ପଢୁଥିବା ୧୯୮୦ ଛାତ୍ର ଛାତ୍ରୀ ଏକାଠି ହୋଇଛନ୍ତି ପରସ୍ପରକୁ ଚିହୁଛନ୍ତି ଜାଣୁଛନ୍ତି ଯିଏ ଯେଉଁ ପଦପଦବୀ ରେ ଥାଇ ମଧ୍ୟ ବହୁମୁଲ୍ୟ ସମୟ ଦେଇ ପ୍ରତିବର୍ଷ ଏକାଠି ହେବେ ବୋଲି ଶପଥ ବି ନେଲେ କେତେ ଆନନ୍ଦଦାୟକ ଲାଗୁ ଥିଲା ଆମେ ଯେମିତି ପୁଣି ବଳଦେବ ହାଇସ୍କୁଲ ରେ ପୁଣି ଅଧ୍ୟୟନ କରୁଛେ। ସାଙ୍ଗମାନଙ୍କୁ ଏକାଠିକରିବାର ଗୁରୁଦାୟିତ୍ୱ ନେଇଥିଲେ, ସାଙ୍ଗ ପ୍ରାଥସାରଥି ରାୟଚୈଧୁରୀ ଏବଂ ତାଙ୍କୁ ସହୋଯୋ କରିଥିଲେ। ଭୁବନ ମୋହନ ଜେନାଙ୍କ ତତ୍ୱାବଧାନରେ ୩୦ଜଣ ବନ୍ଧୁ ମାନେ ଏକାଠି ହୋଇ ପ୍ରଥମେ ବଳଦେବ ହାଇସ୍କୁଲ ୧୯୮୦ ବ୍ୟାଚ ଲେଖାଥିବା ସୁନ୍ଦର୍ ଏକ ସନ୍ଦର କେକ୍ କବିତା ଦାସ୍ କାଟି ସମସ୍ତ ବନ୍ଧୁମାନଙ୍କୁ କେକ୍ ଖୁଆଇ ଆତ୍ମବିଭୋର ହୋଇଯାଇଥିଲେ। ପରେ ନିଜନିଜର ମତବ୍ୟକ୍ତ ରଖି ପରେ ସୁସ୍ୱାଦୁ ଖାଦ୍ୟ ଭୋଜନ କରି ଯିଏ ଯେଉଁଠି ଥାଆନ୍ତୁ ନାଁ କାହିଁକି ପରଷ୍ପର ସହିତ ସବୁଦିନ ଏମିତି ଭଲପାଇବା ଥାଉ ଏବଂ ପ୍ରତିବର୍ଷ ଏମିତି ଏକାଠି ହେବୁ ବୋଲି ନୃସିଂହ ଚରଣ ତ୍ରିପାଠୀ କହିଥିଲେ।