
ପଟ୍ଟାମୁଣ୍ଡାଇ ତା ୨୬/୭-କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ରଘୁରାମ ଆର ଆୟାର ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତରେ ଆସି ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଆୟାର ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ସିଂହଗାଁ ପଂଚାୟତର କୃଷ୍ଣ ଦାସପୁର ଓ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ପରିଦର୍ଶନ କରି ବନ୍ୟା ପରବର୍ତୀ ସ୍ଥିତି ଓ ବନ୍ୟା ମୁକାବିଲା କ୍ଷେତ୍ରରେ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବନ୍ୟାଞ୍ଚଳରେ ଗୋ ଖାଦ୍ୟ ବଣ୍ଟନ ସମୀକ୍ଷା କରିବା ସହିତ ସଂକ୍ରାମକ ରୋଗ ନବ୍ୟାପିବା ପାଇଁ ପରିବେଶ ସ୍ୱଚ୍ଛତା ଓ ବିଶୁଦ୍ଧ ପିଇବା ପାଣି ଯୋଗାଣ ଓ ଗମନାଗମନ ସୁବିଧା ପାଇଁ ରାସ୍ତାଘାଟ ଘାଇ ମରାମତି ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ବନ୍ୟା ମୁକାବିଲା କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନର ସଠିକ ପଦକ୍ଷେପ ଓ ଘଳିଆ ବନ୍ଦ ପାଇଁ ଜଳ ସମ୍ପଦ ବିଭାଗ ଉଚିତ ପଦକ୍ଷେପ ନେଇଥିବା ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ ସମୟରେ ଜିଲ୍ଲାପାଳ ଜାଣିବାକୁ ପାଇଲା ପରେ ପ୍ରଶାସନକୁ ସାବାସୀ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ବିଡ଼ିଓ ଅଶୋକ ମହାନ୍ତି, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ,ବ୍ଲକ ସହକାରୀ ଯନ୍ତ୍ରୀ ଇଂ ବିନୟ ମିଶ୍ର,ଇଂ ପ୍ରସନ୍ନ ରାଉତ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଇଂ ବିଶ୍ୱଜିତ ମିଶ୍ର,ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ, ବ୍ଲକ ଜି ପି ଡି ଓ ରଂଜିତ ପରିଡାଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀମାନେ ସାମିଲ ହୋଇ ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ ଖବର ପାଇ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟ ଶଶାଙ୍କଶେଖର ବିଶ୍ୱାଳ, ସିଂହଗାଁ ସରପଞ୍ଚ ଗଣେଶ ଦାସ ସମିତି ସଭ୍ୟ ଅଭୟ ସ୍ୱାଇଁ, ଅମୃତମଣୋହି ସରପଞ୍ଚ ନିରୁପମା ଦାସ, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମଲ୍ଲିକ,ତରଡ଼ିପାଳ ସରପଞ୍ଚ ଦେବ ବ୍ରତ ନାୟକ ଓ ସମିତି ସଭ୍ୟ ନିରଞ୍ଜନ ବାରିକ ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ଅଣ୍ଢରା ସରପଞ୍ଚ କଳ୍ପନା ଜେନା, ବଲୁରିଆ ସରପଞ୍ଚ ଦେବକୀ ମଲିକ, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ପ୍ରମୁଖ ପଂଚାୟତ ପ୍ରତିନିଧିମାନେ ନୂତନ ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଓ ବନ୍ୟାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।














