
ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ପହଂଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀ ପି ଡି ସଂଗୀତାଙ୍କ ପରିବାରକୁ ଭେଟି ଏହି ସମବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ I ପି ସି ସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ପି ସି ସି ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ସଦସ୍ୟା ପି ସି ସି ମୁଖପାତ୍ର ସୋନାଲି ସାହୁ, ମନୀଷା ଦାଶ ପଟନାୟକ, ଓ ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମ୍ରିତା ଦାସ ପ୍ରମୁଖ ପି ସି ସି କୋଷାଧକ୍ଷ ତଥା କେନ୍ଦ୍ରାପଡ଼ା ଲୋକ ସଭା କଂଗ୍ରେସ ପ୍ରାର୍ଥୀ ଇଂ ସିଦ୍ଧାର୍ଥ ଦାସ, ବିଧାନସଭା ପ୍ରାର୍ଥୀ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ, ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାଶ, ରାଜନଗର ନିର୍ବାଚନମଣ୍ଡଳୀ କଂଗ୍ରେସ ଯୁବନେତା ପ୍ରଶାନ୍ତ ରାଉତ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ,ବରିଷ୍ଠ ନେତା ଧନେଶ୍ୱର ଦାସ ଓ ଯୁବ ନେତା ପ୍ରଦୀପ ପ୍ରଧାନ ପ୍ରମୁଖ କାଠିଆପଡା ଗ୍ରାମରେ ପହଂଚି ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡାଙ୍କୁ ଭେଟି ଆଲୋଚନା କରିବା ସହିତ ଚଳିତ ସରକାରରେ ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି I ପୋଲିସ ଓ ପ୍ରଶାସନର ଅବହେଳା ପାଇଁ ନିର୍ଯ୍ୟାତିଟା ଛାତ୍ରୀଜଣକର ଅମୂଲ୍ୟ ଜୀବନ ଯାଇଛି ବୋଲି ଅଭିଯୋଗ କରି ଏହାର ବିଚାର ବିଭାଗୀୟ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ I ସେହିପରି ରାଜନଗର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀ ଓ ଜିଲ୍ଲା ଓ ବି ସି ଅଧକ୍ଷ ମଳୟ ଦାସ ମଧ୍ୟ ମୃତା ଛାତ୍ରୀଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ଭେଟିବା ସହିତ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ I














