କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର



ପଟ୍ଟାମୁଣ୍ଡାଇ ୧୦/୮ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୬ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ସ୍ୱାମିଜୀଙ୍କ ପାଦୁକା ପୂଜା, ସମୂହ ପ୍ରାର୍ଥନା, ଦୀପଦାନ, ସଂକୀର୍ତନ ଆଦି ପରିବେଷଣ ସହ ଗୁରୁବନ୍ଦନା ଗାନ କରାଯାଇଥିଲା । ସମବେତ ଭକ୍ତମାନେ ପରମପୂଜ୍ୟ ସ୍ୱାମିଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହାପରେ ଧ୍ୟାନ ମନ୍ଦିର ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଛାସେବୀମାନେ ରକ୍ତଦାନ କରିଥିଲେ । ମୋଟ ୩୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଧ୍ୟାନ ମନ୍ଦିରର ବାବା ଦୁଷ୍ମନ୍ତ ସାହୁଙ୍କ ସଂଯୋଜନା ଓ ବାବା ଗୋପିନ୍ନାଥ କର ସଭାପତିତ୍ୱ ଓ ଅଭିମନୁ୍ ପଢିହାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ, ବାବା ପାବନୀ ରାଉତ ସଂଯୁକ୍ତା ବିଶ୍ୱାଳ , ନବେନ୍ଦୁ ବାଗଚି , ଗୈାରାଙ୍ଗ ଚରଣ ମହାନ୍ତି , ବିଜୟ ରାୟ, ଗୋପିନାଥ ତ୍ରୀପାଠୀ, ମିଟୁ ମନୋଜ ନାୟକ ସମେତ ବହୁ ଶିଷ୍ୟଗଣ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଇ ଅବସରରେ ଧ୍ୟାନ ମନ୍ଦିର ପକ୍ଷରୁ ମିଷ୍ଟାନ୍ନ ବଟଂନ ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading