କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର



ପଟ୍ଟାମୁଣ୍ଡାଇ ୧୦/୮ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୬ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ସ୍ୱାମିଜୀଙ୍କ ପାଦୁକା ପୂଜା, ସମୂହ ପ୍ରାର୍ଥନା, ଦୀପଦାନ, ସଂକୀର୍ତନ ଆଦି ପରିବେଷଣ ସହ ଗୁରୁବନ୍ଦନା ଗାନ କରାଯାଇଥିଲା । ସମବେତ ଭକ୍ତମାନେ ପରମପୂଜ୍ୟ ସ୍ୱାମିଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହାପରେ ଧ୍ୟାନ ମନ୍ଦିର ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଛାସେବୀମାନେ ରକ୍ତଦାନ କରିଥିଲେ । ମୋଟ ୩୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଧ୍ୟାନ ମନ୍ଦିରର ବାବା ଦୁଷ୍ମନ୍ତ ସାହୁଙ୍କ ସଂଯୋଜନା ଓ ବାବା ଗୋପିନ୍ନାଥ କର ସଭାପତିତ୍ୱ ଓ ଅଭିମନୁ୍ ପଢିହାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ, ବାବା ପାବନୀ ରାଉତ ସଂଯୁକ୍ତା ବିଶ୍ୱାଳ , ନବେନ୍ଦୁ ବାଗଚି , ଗୈାରାଙ୍ଗ ଚରଣ ମହାନ୍ତି , ବିଜୟ ରାୟ, ଗୋପିନାଥ ତ୍ରୀପାଠୀ, ମିଟୁ ମନୋଜ ନାୟକ ସମେତ ବହୁ ଶିଷ୍ୟଗଣ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଇ ଅବସରରେ ଧ୍ୟାନ ମନ୍ଦିର ପକ୍ଷରୁ ମିଷ୍ଟାନ୍ନ ବଟଂନ ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା ।


Next Post

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସିବର୍ଣ୍ଣବଶେ ଚିତ୍ର ଲୋକାର୍ପିତ

Sun Aug 10 , 2025
କେନ୍ଦ୍ରାପଡା,୧୦ା୮: ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ଜନ୍ମଭିଷେକ ନୀତି ପାଳନ ହେବା ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କମିଟି ଦ୍ୱାରା ପ୍ରସ୍ତୁତ ଏକ ପରିକଳ୍ପିତ ସୁବର୍ଣ୍ଣ ବେଶର ଏକ ସୁନ୍ଦର ଅକର୍ଶଣୀୟ ସଦୃଶ୍ୟ ନମୁନା ଚିତ୍ର ବିଗ୍ରହ କେନ୍ଦ୍ରାପଡାର ଜିଲ୍ଲାପାଳ ରଘୁରାମ ଆୟାରଙ୍କ ଦ୍ୱାରା ମନ୍ଦିର ପୁରୋହିତ ଗୋସାଇଁଙ୍କ ମନ୍ତ୍ରପାଠରେ ଲୋକାର୍ପିତ ହୋଇଥିଲା । ଏହି ପଦର୍ଶନୀକୁ ମହାପ୍ରଭୁଙ୍କ ସ୍ନାନମଣ୍ଡପ ଉପରେ ମହାପ୍ରଭୁଙ୍କ ୨୨ଗୋଟି ଦିବ୍ୟ […]

KANIKA