ଫୋରଡ ଆଶ୍ରମରେ ଝୁଲଣ ମହୋତ୍ସବ , ଭଜନ ଓ ସଙ୍କୀର୍ତ୍ତନର ଅପୂର୍ବ ମୂର୍ଚ୍ଛନାରେ ଶ୍ରଦ୍ଧାଳୁ ବିଭୋର



କେନ୍ଦ୍ରାପଡା ୧୦/୮- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଫୋରଡ ସ୍ଥିତ ନାମାଚାର୍ଯ୍ୟବାୟା ବାବାଙ୍କ ଦ୍ୱାରା ଗୋବରୀ କୂଳରେ ସଂସ୍ଥାପିତ ବାୟା ଆଶ୍ରମରେ ଝୁଲଣ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଠ ମହନ୍ତ ହୃଷୀକେଶ ଦାଶ ମହାରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟହ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀରାଧା କୃଷ୍ଣଙ୍କୁ ସୁରମ୍ୟ ଝୁଲଣରେ ବସାଇ ଝୁଲାଇବା ସହିତ ଭଜନ, ସଙ୍କୀର୍ତ୍ତନ ଏବଂ ପ୍ରବଚନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିଲେ। ଏହି ଝୁଲଣ ମହୋତ୍ସବ ଅବସରରେ ବାବା ବିଶ୍ୱନାଥ, ବାବା ଦୀନବନ୍ଧୁ ଦାଶ, ହିମାଂଶୁ ଶେଖର ଶତପଥୀ, ପ୍ରସନ୍ନ ପ୍ରତିହାରୀ, ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡା, ନବଘନ ନାୟକ, ଶିବାନନ୍ଦ ପ୍ରଧାନ, ଜିତେନ୍ଦ୍ର ସେଠୀ, ଗୋଲକ ମୁଦୁଲି, ଉତ୍ତମ ସାହୁ, ଗଣେଶ ଜେନା, ଦେବାନନ୍ଦ ବେହେରା, ସନାତନ ନାୟକ, କୈଳାସ ଚନ୍ଦ୍ର ରାଉତ, ପର୍ଶୁରାମ ପ୍ରଧାନ, ପ୍ରେମାନନ୍ଦ ମୁଦୁଲି,ବାନାମ୍ୱର ଜେନା, ବୀରେନ୍ଦ୍ର ଜେନା, ଉମେଶ ଜେନା ପ୍ରମୁଖ ବ୍ୟକ୍ତିମାନେ ଭଜନ ଓ ସଙ୍କୀର୍ତ୍ତନରେ ଅଂଶ ଗ୍ରହଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧୁନି ଜେନା, ଲକ୍ଷ୍ମୀପ୍ରିୟା ଜେନା, କାମିନୀ ମୁଦୁଲି, ଦିବ୍ୟ ରଞ୍ଜନ, ଦିପ୍ତୀରଞ୍ଜନ, କାଞ୍ଚନ ମୁଦୁଲି, ସବିତା ଜେନା, ଲତିକା ରାଉତ, ଇତିଶ୍ରୀ ରାଉତ, ସୁଲୋଚନା ଜେନା, ଅର୍ପିତା ଜେନା, ଯାତ୍ରା ବାରିକ, ଅନ୍ନପୂର୍ଣ୍ଣା ଜେନା, ହରପ୍ରିୟା ଦାଶ, ମାଳତୀ ଜେନା ପ୍ରମୁଖ ଉପସ୍ଥିତ ରହି ସଙ୍କୀର୍ତ୍ତନ, ଭଜନ ଓ ଆଧ୍ୟାତ୍ମିକ ଚର୍ଚ୍ଚାରେ ଭାଗ ନେଇଥିଲେ। ଝୁଲଣରେ ପାଞ୍ଚ ଦିନ ଧରି ଆଶ୍ରମରେ ଭକ୍ତମାନେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ପ୍ରେମରେ ତଲ୍ଲୀନ ହେବା ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମଠ ପରିସରକୁ ପ୍ରକମ୍ପିତ କରିଥିଲେ। ଶେଷରେ ମହନ୍ତ ହୃଷୀକେଶ ଦାଶ ମହାରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନାମାଚାର୍ଯ୍ୟବାୟା ବାବାଙ୍କ ଆଶୀର୍ବାଦ କାମନା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading