ବଗଡା ଗ୍ରାମପଞ୍ଚାୟତରେ ବରିଷ୍ଠ ନାଗରିକଙ୍କ ସମାବେଶ



କେନ୍ଦ୍ରାପଡ଼ା,୧୩ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାତର ବରିଷ୍ଠ ନାଗରିକମାନଙ୍କ ଏକ ସମାବେଶ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ। ବଗଡା ପଞ୍ଚାୟତର ସରପଞ୍ଚ ସୁବନୀ ସାହୁ ଏଭଳି ସଂଗଠନକୁ ସ୍ୱାଗତ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିରେ ସଂଯୋଜକ ଭାବେ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସଂଗଠନର ଉଦେଶ୍ୟ ଜ୍ଞାପନ କରିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଏକ ୫ଜଣିଆ ଉପଦେଷ୍ଟା କମିଟି ଓ ୧୦ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ପ୍ରତାପ ଚନ୍ଦ୍ର ନାୟକ ସମାଜରେ ନିର୍ଯ୍ୟାତିତ ଓ ନଷ୍ପେଶିତ ଲୋକମାନଙ୍କୁ ଏହି ସଂଗଠନ ସେବା ଯୋଗାଇ ଦେବାକୁ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ। ବୈଠକରେ କୁମୁଦରଞ୍ଜନ ରାଉତ, ନାରାୟଣ ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ଧରଣୀଧର ପାତ୍ର, ରବୀନ୍ଦ୍ର ପ୍ରସାଦ ଜେନା, କ୍ଷୀରୋଦ କୁମାର ପଣ୍ଡା, ବନମାଳି ପାତ୍ର, ଫକିର ଚରଣ ଓଝା, ସୁବୁଧି ସାହୁ, ଗୈାତ୍ତମ ଖୁଣ୍ଟିଆଙ୍କ ସମେତ ୩୫ଜଣ ସଦସ୍ୟ ଯୋଗଦେଇଥିଲେ।


Next Post

ରାଧାରମଣ ମଠରେ ଝୁଲଣ ଯାତ୍ରା

Wed Aug 13 , 2025
ପଟ୍ଟାମୁଣ୍ଡାଇ ତା ୧୩/୮-କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ୩ଦିନ ଧରି ଆୟୋଜିତ ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ମା […]

KANIKA