ପଟ୍ଟାମୁଣ୍ଡାଇ କଲେଜରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ତା୧୪/୮- ରାଜ୍ୟ ସରକାରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ କଲେଜରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ କ୍ୟାପଟେନ ମନୋଜ ପରିଡାଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶତାଧିକ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବିଭିନ୍ନ ଦେଶାତ୍ମବୋଧ ସଂଗୀତ ଗାନ ଓ ସ୍ଲୋଗାନ ସହିତ ପଟ୍ଟାମୁଣ୍ଡାଇ କଲେଜରୁ ବାହାରି ପଟ୍ଟାମୁଣ୍ଡାଇ ସମେତ ଆଖପାଖ ଅଂଚଳ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ, ଡ଼ ସୁନୀଲ ପ୍ରଧାନ ଅମୀୟ ଦାସ, ପ୍ରମୋଦ ସ୍ୱାଇଁ, ବୈକୁଣ୍ଠ ରାଉଳ,ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଡ଼ ନିବେଦିତା ପ୍ରଧାନ, ଏନ ସି ସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ଲେପ୍ଟନାଣ୍ଟ ଆର ଏଲ ମଧୁସ୍ମିତା ପରିଡା, ସରୋଜକାନ୍ତ ନାୟକ ରଞ୍ଜନ ବେହୁରା ଅରବିନ୍ଦ ପାଣ୍ଡଵ, ଶ୍ରୀମନ୍ତ ଜେନା, ଆଲୋକ ସାହୁ, ଭରତ ସାହୁ,ପୃଥ୍ୱୀରାଜ ବିଶ୍ୱାଳ, ମନୋଜ ଦାସ,ଅଧ୍ୟାପିକା ସରୋଜିନୀ ମିଶ୍ର, ନିବେଦିତା ନାୟକ, ରାଜଲଷ୍ମୀ ପାତ୍ର, ରଶ୍ମିତା ପାଣିଗ୍ରାହୀ, ଶୁଭଲଷ୍ମୀ ପ୍ରଧାନ ଓ ଅଣଶିକ୍ଷକ କର୍ମଚାରୀ ପ୍ରମୋଦ ପରିଡା, ବିଶ୍ୱଜିତ ଭଦ୍ର, ଅବିନାଶ ପରିଡା, ବାବୁରାମ ବାରିକ,ଗୋକୁଳ ଦାସ, ଅଭିମନ୍ୟୁ ମହାନ୍ତି, ଚନ୍ଦ୍ରମଣି ଜେନା, ଶିବବ୍ରତମହାନ୍ତି, ଜ୍ଞାନ ରଞ୍ଜନ ନାୟକ, ଶ୍ରୀଧର ବିଶ୍ୱାଳ, ରମାକାନ୍ତ ମଲ୍ଲିକ, ସତ୍ୟବ୍ରତ ବିଶ୍ୱାଳ ଓ ରାଜା ଗୋଛାୟତ ପ୍ରମୁଖ ଅଂଶ ଗ୍ରହଣ କରି ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ ।


Next Post

ବାରୋରେ ତ୍ରିରଙ୍ଗା ପଦଯାତ୍ରା

Thu Aug 14 , 2025
କେନ୍ଦ୍ରାପଡା ସଦର, ୧୪ା୮: ଅଗଷ୍ଟ ୧୪ମଧ୍ୟାହ୍ନ ୯ ଘଟିକା ସମୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପସ୍ୱାସ୍ଥ୍ୟ କେନ୍ଦ୍ର ବାରୋ ଠାରୁ ଆରମ୍ଭ ହୋଇ ବାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଗୋପୀନାଥ ମଲିକଙ୍କ ନେତୃତ୍ୱରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଆଶାକର୍ମୀ, ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟ, ପଞ୍ଚାୟତ ଜନପ୍ରତିନିଧି, ଶତାଧିକ ଗ୍ରାମବାସୀ ଉକ୍ତ ପଦଯାତ୍ରା ରେସାମିଲ ହୋଇଥିଲେ । “ଘରେ ଘରେ […]

KANIKA