ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ



କେନ୍ଦ୍ରାପଡା,୪ା୯: ଆଜି କେନ୍ଦ୍ରାପଡା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଆଇନସ୍ନାତକ ଛାତ୍ରଛାତ୍ରୀମାନଙ୍କର ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ରବିନ୍ଦ୍ର କୁମାର ବଳ ସଭାପତିତ୍ୱ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପ୍ରଫେସର କଳିଙ୍ଗ କେଶରୀ ବେହେରା, ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଡ. ଚିରଞ୍ଜିବୀ ପଣ୍ଡା, ପ୍ରଫେସର ତିମିରକାନ୍ତ ପରିଡା, ପ୍ରଫେସର ରାଜକିଶୋର ମହାନ୍ତି, ଅଧ୍ୟାପିକା ସଶ୍ମିତା ସେଠୀ ଏବଂ ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଭଗବତୀ ପ୍ରସାଦ ଦାସ ଯୋଗ ଦେଇଥିଲେ । ଉକ୍ତ ସଭାରେ ଅତିଥିବୃନ୍ଦ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ମଞ୍ଚାସୀନ ଅତିଥିମାନେ ଆଇନ ଶିକ୍ଷାର ଉପାଦେୟତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଆଇନ ଶିକ୍ଷା ଗ୍ରହଣ କରି ନିଜକୁ ଏକ ସୁନାଗରିକ ଭାବରେ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିବା ନିମିତ୍ତ ଅତିଥିମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ /ଅଧ୍ୟାପିକା ବୃନ୍ଦ ଆଇନ ସ୍ନାତକ ଶ୍ରେଣୀର ପାଠ୍ୟକ୍ରମ ଓ ପରୀକ୍ଷା ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରି ବୃନ୍ଦ ସହଯୋଗ କରିଥିଲେ । ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ସମାଜସେବୀ ଆକାଶ ଚନ୍ଦ୍ର ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ନାବଗତ ଛାତ୍ରୀ ବୈଶାଖୀ ପ୍ରିୟଦର୍ଶିନୀ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ମନୋମୁଗ୍ଧକର ଭଜନ ପରିବେଷଣ କରିଥିଲେ । ଶେଷବର୍ଷର ଛାତ୍ର ପ୍ରଭାସ ରଞ୍ଜନ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଡେପୁଟୀ ନର୍ସିଂ ସୁପରିନଟେଣ୍ଡେଣ୍ଟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Fri Sep 5 , 2025
କେନ୍ଦ୍ରାପଡ଼ା,୫ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେପୁଟି ନର୍ସିଙ୍ଗ ସୁପରିନଟେଣ୍ଡେଣ୍ଟ ବାସନ୍ତି ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋରଞ୍ଜନ ରାଉତ, ଏ. ଡ଼ି. ଏମ. ଓ.଼ ମେଡିକାଲ ଡା଼. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ର, […]

KANIKA