ଗୁରୁଦିବସରେ “ପୁନର୍ବାସ ଶିକ୍ଷାଶ୍ରୀ ସମ୍ମ।ନ’ ପ୍ରଦାନ



କେନ୍ଦ୍ରାପଡା ୫/୯- ପବିତ୍ର ଗୁରୁ ଦିବସ ଅ୍ୱସରରେ ଜିଲ୍ଳାରେ ଭିନ୍ନକ୍ଷମଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ତରଫରୁ ନିଜର ଭିନ୍ନକ୍ଷମତା ସତ୍ତ୍ୱେ ଶିକ୍ଷାଦାନ ବୃତ୍ତିରେ ନିଷ୍ଠାପରତା ଓ ପ୍ରତିବଦ୍ଧତା ରଖିଥିବା ଜିଲ୍ଲାର ପାଞ୍ଚଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ‘ପୁନର୍ବାସ ଶିକ୍ଷାଶ୍ରୀ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ତିନି ଜଣ ଚଳନଶକ୍ତି ବାଧିତ ଯଥା ତଳକୁସୁମା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଡ଼ ବିପିନ କୁମର ଦାସ , ତାରିଣୀ ଯୁକ୍ତ ଦୁଇ ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅର୍ଜୁନ ଚରଣ ନାୟକ ଓ ଡେରାବିସ ଫକିରବାଦସ୍ଥିତ ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଏବଂ ଦୁଇଜଣ ଦୃଷ୍ଟି ବାଧିତ କେନ୍ଦ୍ରାପଡା ମ୍ୟୁନିସପାଲିଟି ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ବେହେରା ଓ ମାଲୁଆ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଉତ୍ତମ କୁମାର ସେଠୀଙ୍କୁ ମୁଖ୍ୟ ଅତିଥି ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ସମ୍ମାନିତ ଅତିଥି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହେରା, ପ୍ରାଧ୍ୟାପକ ଡ଼ ଯଚିନ୍ଦ୍ର ରାଉତ ଓ ଆୟବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିନାୟକ ପ୍ରସାଦ ପ୍ରଧାନ ପ୍ରମୁଖ ଏହି ସମ୍ମାନ ପ୍ରଦାନ ଦ୍ୱାରା ଦିବ୍ୟାଙ୍ଗ ଶିକ୍ଷକମାନଙ୍କୁ ସାମାଜିକ ସ୍ୱୀକୃତି ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଥିଲେ। ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଶିକ୍ଷକମାନଙ୍କୁ ଉପଢୋକନ, ପୁଷ୍ପଗୁଚ୍ଛ, ମାନପତ୍ର ଓ ସ୍ମାରକୀ ବ୍ୟାଗ୍ ପ୍ରଭୁତି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ନାୟକ, ମହମ୍ମଦ ଜାହିଦ ଖାଁ, ସ୍ୱପ୍ନାପ୍ସଶୁ କୁମାର ଦାସ, ପ୍ରତାପ କୁମାର ସ୍ୱାଇଁ, କ୍ଷୀରୋଦ କର, ଶେଷଦେବ ଦାସ, ସଞ୍ଜୟ କୁମାର ଜେନା, କେଦାର ବାରିକ୍‌, କମଳାକାନ୍ତ ବେହେରା, ସଂଗ୍ରାମ ନାୟକ, ଶ୍ରୀଧର ମହାନ୍ତି, ରଜନୀକାନ୍ତ ଦାସ, ପ୍ରଫୁଲ୍ଲ ବେହେରା, ବିଭବ ମହାନ୍ତି, ସଂଜୀବ ଜେନା ପ୍ରମୁଖ ରହିଥିବା ବେଳେ ପରିଶେଷରେ ପୁନର୍ବାସର ସହ ସଂପାଦକ ବଂଶିଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଗମ୍ଭୀର, ୭୦ହଜାର ଲୋକ ବିପନ୍ନ

Sun Sep 7 , 2025
  ସିଂହଗାଁ,ଶ୍ରୀରାମପୁର, ବାଛରା ଡାମରପୁର, ବଳଭଦ୍ରପୁର, ବାଲିପାଟଣା,ତନୁପୁର  ବିଛିନ୍ନ ପଟ୍ଟାମୁଣ୍ଡାଇ ତା ୬/୯-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ୪ର୍ଥ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି I ପଟ୍ଟାମୁଣ୍ଡାଇ […]

KANIKA