କଂସାର ପଞ୍ଚାୟତରେ ଭାଗବତ ସପ୍ତାହ ଅନୁଷ୍ଠିତ



କେନ୍ଦ୍ରାପଡ଼ା,୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି। ଦୀର୍ଘଦିନ ହେବ ଏଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଅଛି। ବାସୁଦେବ ଜନ୍ମଦିନ ଅବସରରେ ଭାଗବତ ସପ୍ତାହ ପାଳନ ହୋଇଅଛି। ରୀତି ନୀତି ଅନୁଯାୟୀ ନୀତିକାନ୍ତି, ହୋମଯଜ୍ଞ, ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟ କରାଯାଇଛି। ସନ୍ତୋଷ କୁମାର ନାୟକ, ଗୈାରାଙ୍ଗ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କ୍ଷେତ୍ରବାସୀ ପରିଡା, ପ୍ରଭାକର ପରିଡା, ପ୍ରଶାନ୍ତ କୁମାର ବେହେରା, ମନୋରଞ୍ଜନ ସାହୁଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ସମାପନ କରିଥିଲେ।


Next Post

ବନିତା ରାଉତ ହତ୍ୟା ଘଟଣା ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା , କ୍ରାଇମବ୍ରାଞ୍ଚତଦନ୍ତ ଦାବି

Tue Sep 9 , 2025
କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପୋଲିସିର ନିଷ୍କ୍ରିୟତା ଓ ପକ୍ଷପାତିତା, ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବା, ମୃତ ବନିତାଙ୍କ ବିରୁଦ୍ଧରେ ପୋଲିସର ବୟାନ ବାଜି ଏବଂ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ […]

KANIKA