
କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡା ସ୍ଥିତ କଜଳା ଶିରିଡି ସାଇ ମନ୍ଦିରରେ ପବିତ୍ର ଦଶହରା ଓ ଶିରିଡି ସାଇ ବାବାଙ୍କ ୧୦୭ ତମ ମହାସମାଧି ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଅମାବାସ୍ୟା ତିଥିଠାରୁ ନବଦୁର୍ଗା ମାତାଙ୍କର ପୂଜା ଆରମ୍ଭ କରାଯାଇଛି । ନବରାତ୍ର ପୂଜା ନବମୀ ତିଥିରେ ଉଦ୍ଯ।।ପନ କରାଯାଇ ଦରିଦ୍ର ନାରାୟଣ ସେବା ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହେବ ଓ ଦଶମୀ ତିଥିରେ ୧୦୦୮ ମନ୍ତ୍ରରେ ମହାଯଜ୍ଞ ୧୦୮ କଳସ ଯାତ୍ରା ସୀମା ଲଙ୍ଘନ ଉତ୍ସବ ସହିତ ପାଲିଙ୍କି ଯ।।ତ୍ରା ଆୟୋଜନ ପାଇଁ ଆଲୋଚନା କରାଯାଇଥିଲା । ଏହି ପାଲିଙ୍କି ଯାତ୍ରା କଜଳା ଗୋଲଡେନ ଭିଲ୍ଲା ଠାରୁ ବାହାରି ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଦେଇ ସାନ୍ତସାହି ପୋଲ ବୁଲି ସମଗ୍ର ସହର ପରିକ୍ରମା ସାଇ ମନ୍ଦିର ଫେରି ଆସିବେ । ଏଥିରେ ସମସ୍ତ ଶ୍ରଦ୍ଧାଳୁମାନେ ବହୁସଂଖ୍ୟାରେ ଯୋଗଦେଇ ସାଇବାବଙ୍କ ଆଶ୍ରିବାଦ ଲାଭ କରିବା ପାଇଁ ମନ୍ଦିର ତରଫରୁ ନିବେଦନ କରାଯାଇଛି । ଏହି ପ୍ରସ୍ତୁତ ବୈଠକ ମା ସୁଧାଂଶୁ ବାବୁଙ୍କ ସଭାପତିତ୍ୱରେ ଆୟୋଜନ କରାଯାଇ ତୁଷାର କାନ୍ତ ମହାନ୍ତିଙ୍କ ନର୍ଦ୍ଧେଶରେ ସମସ୍ତ ପ୍ରସ୍ତୁତି ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସଂପାଦାକ ପ୍ରସନ୍ନ ସାମଲ ସୁବ୍ରତ ରଉତ, ବିଦ୍ୟାଧର ବେହେରା, ସ୍ମିତାରାଣୀ ମହାନ୍ତି ଶୈଳବାଳା ରାଉତ, ସଂଘମିତ୍ରା ସାମଲ, କୁମାର ଅଭିନାଷ, ଆଦିତୀ ନାରାୟଣ ସ୍ୱାଇଁ, ମନୀଷା ନାୟକ ମନୋରଂଜନ ନାୟକ, ଜୟଶ୍ରୀ ପାତ୍ର, ମଧୁସ୍ମିତା ବେହେରା, ଦିପିକା ମିଶ୍ର, ଜ୍ଞାନରଂଜନ ରାଉତ, ସୁରେନ୍ଦ୍ର ଶତପଥି, ପ୍ରିୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।











