କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ଆର୍ôଥକ ସହୟତା ଦାବି କଲେ ବିଧାୟକ



କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡାରେ ଚଳିତ ବର୍ଷ ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ପର୍ବ ଭକ୍ତି ଓ ଉତ୍ସାହର ସହ ପାଳୀତ ହେବ । ଏହି ଗଜଲକ୍ଷ୍ମୀ ପୂଜା ଓଡିଶା ବିଖ୍ୟାତ ଏବଂ କେନ୍ଦ୍ରାପଡା ଜିଲ୍ଲାର ଏହା ସର୍ବବୃହତ ସାର୍ବଜନୀନ ଗଣପର୍ବ । ଏହା ସାତ ଦିନ ବ୍ୟାପି ପୂଜା କରାଯିବା ସହିତ ଦୁଇଦିନ ଧରି ମେଲଣ ଓ ଭଷାଣୀ ପର୍ବ ପାଳନ କରାଯାଇଥାଏ । ବିଗତ ୧୯୨୫ ମସିହା ଠାରୁ ଆରମ୍ଭ ହୋଇଥିଲା । ଏହି ଗଣ ମହୋତ୍ସବ ଚଳିତ ବର୍ଷ ଏକଶତ ବର୍ଷରେ ପଦାପର୍ଣ କରୁଛି । ଚଳିତ ୨୦୨୫ରେ ସମୁଦାୟ ୪୮ଟି ମେଢ ମଣ୍ଡପରେ ଜଗତ ଜନନୀ ମା’ଙ୍କ ପୂଜା ଅକ୍ଟୋବର ୭ରୁ ୧୫ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ରାଜ୍ୟ ସରକାର ଢେଙ୍କାନାଳ ପ୍ରତ୍ୟେକ ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ୫୦ହଜାର ଟଙ୍କା ଲେଖାଁଏ ଆର୍ଥୀକ ସହୟତା ମଞ୍ଜୁର କରିଛନ୍ତି । କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ଏକଶତ ବର୍ଷ ପୂରଣ କରୁଥିବାରୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାକୁ ଅନୁରୁପ ଭାବରେ ଆର୍ଥୀକ ସହୟତା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ପତ୍ରମାଧ୍ୟମରେ ଅନୁରୋଧ କରିଛନ୍ତି ।


Next Post

ମୁଣ୍ଡ ଉପରେ ଡହଡହ ନିଆଁ ଜାଳି, ମା’ଙ୍କୁ ଝୁଣାର ଧୂଆଁ ଅର୍ପଣ କରନ୍ତି ମାନସିକଧାରୀ ଭକ୍ତ

Thu Oct 2 , 2025
ଦୁର୍ଗା ପୂଜାରେ ନିଆରା ପରମ୍ପରା , ଭକ୍ତର ଭକ୍ତିରେ ପଟାନ୍ତର ନାହିଁ । ମା’ଙ୍କ କରୁଣା ଟିକକ ପାଇବା ପାଇଁ ଭକ୍ତ କେତେ ନିଷ୍ଠା ଓ କାଷ୍ଠାରେ ଡାକିଥାଏ ମା’ଙ୍କୁ । ନିର୍ଜଳ ଉପବାସ ସାଙ୍ଗକୁ ଭକ୍ତିର ଅର୍ଘ୍ୟ ମା’ର ଚରଣ ତଳେ ଅଜାଡି ଦେଇ ନିଜକୁ ସମର୍ପଣ କରିଦିଏ । ଭକ୍ତର ନିର୍ବିକାର ଭକ୍ତିରେ ପ୍ରଶନ୍ନ ହୁଅନ୍ତି ମା’ । ସନ୍ତାନର ମନବାଞ୍ଛା ପୁରଣ କରିବାକୁ ଧରାଧାମକୁ ଓହ୍ଲେଇ […]

KANIKA