ପଟ୍ଟାମୁଣ୍ଡାଇ ବୋଇତ ବନ୍ଦାଣ ପ୍ରସ୍ତୁତି

ପଟ୍ଟାମୁଣ୍ଡାଇ ୨୩/୧୦ – ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟର ପରମ୍ପରା ଆମ ଅଂଚଳ ଗୌରବମୟ ଗାଥା ବହନ କରିଆସିଛି । ଯାହାର ଅଧ୍ୟାୟ ଭାରତ ଇତିହାସରେ ଲିପିବଦ୍ଧ ହୋଇଛି । ବହୁ ନଦୀ, ସମୁଦ୍ର ଦେଇ କଳିଙ୍ଗର ଉପକୂଳ ଅଂଚଳ ନୌଚାଳନ ପାଇଁ ବିଶେଷ ଅନୁକୂଳ ଥିଲା । ଲହରିମାଳା ସମୁଦ୍ରର ରହସ୍ୟମୟ ଆହ୍ୱାନ ସାଧବପୁଅଙ୍କୁ ସମୁଦ୍ର ବକ୍ଷରେ ବୋଇତ ମେଲି ଦରିଆ ପାରି ପାଇଁ ପ୍ରେରଣା ଯୋଗାଇ ଆସୁଥିଲା । ସେହି ସ୍ମୃତି ସାଉଁଟିବା ସକାଶେ ଏବଂ ଓଡିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ କଳା ତୀର୍ଥ ପଟ୍ଟାମୁଣ୍ଡାଇରେ ବୋଇତ ବନ୍ଦାଣ ଉତ୍ସବ ପାଳନ ଏକ ବଳିଷ୍ଠ ପଦକ୍ଷେପ ବୋଲି ଗୁରୁବାର ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଭାପତିତ୍ୱକରିଥିବା ବେଳେ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଚଳିତବର୍ଷ ପବିତ୍ର କାର୍ତୀକ ପୂର୍ଣ୍ଣମୀରେ ୧୪ ତମ ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ପାଳନ କରାଯିବ । ପଟ୍ଟାମୁଣ୍ଡାଇର ସବୁବର୍ଗର ଲୋକମାନେ ସାମିଲ ହେବାକୁ ସେ ନିବେଦନ କରିଥିଲେ । ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାଏକ, ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଅଗ୍ନିଶମ ଅଧିକାରୀ ଗଗନ ମହାନ୍ତି ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀଯନ୍ତ୍ରୀ ସୁଦାମ ସାହୁ,ଅଗ୍ନିଶମ ଅଧିକାରୀ ଗଗନ ମହାନ୍ତି,ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ ବେହେରା, ଆର ଡବ୍ଲ୍ୟୁ ଏସ ଏସ କନିଷ୍ଠ ଯନ୍ତ୍ରୀ ଇଂ ନିର୍ମଳ ଜେନା, ଅଙ୍ଗନବାଡି ସୁପର ଭାଇଜର ଖୁଲଣା ସୁନ୍ଦରୀ ଜେନା ସ୍ୱାସ୍ଥ୍ୟକେନ୍ଦ୍ର ପି ଏଚ ଓ ସ୍ନେହଲତା ମହାନ୍ତି, ପଟ୍ଟାମୁଣ୍ଡାଇ କଲେଜ ପ୍ରାଧ୍ୟାପକ ମନୋଜ ପରିଡା, ଏମ ଏନ ହାଇସ୍କୁଲ ଶିକ୍ଷକ ସରୋଜ ସ୍ୱାଇଁ, ବାଳିକା ହାଇସ୍କୁଲ ଶିକ୍ଷକ ତିତିକାନ୍ତ ନାୟକ, ଭଜନେଶ୍ୱର ହାଇସ୍କୁଲ ପ୍ରଧାନଶିକ୍ଷକ ଗୋଲକ ଭୂୟାଁ,ସରସ୍ବତୀ ଶିଶୁ ମନ୍ଦିର ସମ୍ପାଦକ ଶ୍ରୀଧର ରାଉତ,କାଉନ ସିଲର ଲାସ୍ୟମୟୀ ସାହୁ,ସମାଜ ସେବୀ ଦୀପକ ପ୍ରତାପ ଜେନା ସାମ୍ବାଦିକ ପତିତପାବନ ଭଦ୍ର, ଅକ୍ଷୟ ସାହୁ, ଅନିଲ ଚୌଧୁରୀ, ପ୍ରବୀର ନାୟକ, ଅଲେଖ ଶର୍ମା, କୁମାରେଶ ନାୟକ ପ୍ରଦୋଷ ବିଶ୍ୱାଳ ସୂର୍ଯ୍ୟକାନ୍ତ ଦାସ, ଧୀରେନ୍ଦ୍ର ମଲିକ ସୁଶାନ୍ତ କର ପ୍ରତାପ ପାଢ଼ୀ, ଉପେନ୍ଦ୍ର ନାୟକ, ଗଗନ ପ୍ରଧାନ,ମହିଳା କଲେଜର ଲମ୍ବୋଦର ପାଢ଼ୀ, ବିକାଶ ପରିଷଦ ସଦସ୍ୟ ବିଜୟ ସାହୁ, କଣ୍ଡୁରୀ ଚରଣ ସ୍ୱାଇଁ, ନୃସିଂହ ଚୌଧୁରୀ ଚତୃର୍ଭୁଜ ରାଉଳ, ରାଜେନ୍ଦ୍ର ପ୍ରସାଦ ସିଂହ, ବାରେଣୀ ସେଠୀ, ବିପିନ ପରିଡା, ଆଡ଼ଭୋକେଟ ରାମକୃଷ୍ଣ ଦାଶ, କବି ସଚିତ୍ର ବେହୁରା, ଶିକ୍ଷାବିତ ସୁରେଶ ଜେନା, ଇଂ ତପନ ପାତ୍ର,ନବ କିଶୋର ପଣ୍ଡା ଗୋବିନ୍ଦ ସେଠୀ, ଉମାବଲ୍ଲଭ ନାୟକ, ରବୀନ୍ଦ୍ର ପାତ୍ର, ହାଡିବନ୍ଧୁ ନାୟକ ହୃଷିକେଶ ନାଥ, ପ୍ରଶାନ୍ତ ସୂତାର, ରାଜେଶ ମହାରଣା ପ୍ରଦୀପ ବେହେରା, ଲଳିତ ମୋହନ ନାୟକ, କଳ୍ପତରୁ ମଲିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବିକାଶ ପରିଷଦ ସଦସ୍ୟ ଶରତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ
ଶେଷରେ ବରିଷ୍ଠ ସଭ୍ୟ ଶରତ ବଶ୍ୱାଳ ଧନ୍ୟବାଦ ଦେଇଥିଲୋ










