ଗୋ ନବରାତ୍ର ମହୋତ୍ସବ ପାଳନ



କେନ୍ଦ୍ରାପଡା ୩୦/୧୦- ଗୁଣ୍ଡିଚା ମନ୍ଦିର ସନ୍ନିକଟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବସନ୍ତ ବଗିଚାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋତିର୍ଥରେ ଗୋ ନବରାତ୍ର ମହୋତ୍ସବ ପାଳନ ଶୁଭାରମ୍ଭ ହୋଇଅଛି। ଏହି ଉପାସନାତ୍ମକ ଉତ୍ସବ ୨୨ ଅକ୍ଟୋବର ଠାରୁ ୩୧ ଅକ୍ଟୋବର ପାଳନ କରାଯାଉଅଛି। ସିଦ୍ଧ କ୍ରିୟାୟୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ମାର୍ଗଦର୍ଶନରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ ଆନୁକୁଲ୍ୟରେ ସ୍ଥାନୀୟ ଗୋଭକ୍ତ ମାନଙ୍କ ଦ୍ୱାରା ଏହି ଗୋ ନବରାତ୍ର ଗୋମାତାଙ୍କ ନାମଯଜ୍ଞ, ଜପଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞାନ୍ଦି ଅନୁଷ୍ଠିତ ହେଉଅଛି। ଆଜି ଗୋଷ୍ଠାଷ୍ଟମୀ ଅବସରରେ ସକାଳୁ ଗୋମାତାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯିବା ପରେ ଶତାଧିକ ଗୋଭକ୍ତଙ୍କ ସମାଗମରେ ସୁରଭୀ ମହମନ୍ତ୍ର କୀର୍ତ୍ତନ, ଗୋ ପୂଜନ ଓ ଘୃତଯଜ୍ଞ ଅନୁଷ୍ଠିତ କରାଯାଇଛୀ। ଏହି ନବରାତ୍ର ମହୋତ୍ସବକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଆସନ୍ତା ଅଁଳା ନବମୀରେ ଏହି କାର୍ଯ୍ୟକ୍ରକୁ ପୂର୍ଣ୍ଣାହୁତି କରାଯିବ ।


Next Post

କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା

Fri Oct 31 , 2025
କେନ୍ଦ୍ରାପଡ଼ା,୩୦ା୧୦:କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପୋଲିସ ପକ୍ଷରୁ ପୈାର ଟାଉନହଲ ପରିସରରେ ଆୟୋଜିତ ସଚେତନତା ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ପୈାରହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଯୋଗଦେଇ କହିଲେ ୨୦୧୦ମସିହାରେ ଇଣ୍ଟରନେଟ ସେବା ଆରମ୍ଭ ହେଲା। ଏଆରଟେଲ, ରିଲାଏନ୍ସ ଭଳି କମ୍ପାନୀମାନେ ୩ଜି ସେବା ଯୋଗାଉଥିଲେ। କିନ୍ତୁ ଇଣ୍ଟରନେଟ ପ୍ରୋଭାଇଡର ଗୁଡିକ ୫ଜି […]

KANIKA