ଗାଁ ମୁହାଁ କୁମ୍ଭୀର, ପୋଖରୀରେ ପସି ଖାଇଯାଉଛି ମାଛ


ପଟ୍ଟାମୁଣ୍ଡାଇ ୩୧/୧୦-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଅଳଭା ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀରକୁ ଶୁକ୍ରବାର ବନ ବିଭାଗ ଉଦ୍ଧାର କରିଛି । ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ ଗାଁରେ ପହଁଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ। ଉଦ୍ଧାର ହେବା ପରେ କୁମ୍ଭୀରକୁ ବନ ବିଭାଗ ଭିତରକନିକା ଖୋଲା ନଦୀରେ ଛାଡି ଦେଇଥିବା ମହାକାଳପରା ରେଂଜର ସାତନୁ ଦଳାଇ ସୂଚନା ଦେଇଛନ୍ତିି । ମାତ୍ର ବନବିଭାଗର ଅପରିଣାମ ଦର୍ଶିତା ପାଇଁ କୁମ୍ଭୀର ନଦୀରୁ ବାହାରି ଗାଁ ମୁହାଁ ହୋଇ ପୋଖରୀରେ ପଶି ମାଛ ଖାଇ ଖାଇଦେଉଛି । ଏନେଇ ବନ ବିଭାଗ କ୍ଷତି ପୂରଣ ଦେବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତିି ।
ପଟ୍ଟାମୁଣ୍ଡାଇ–ରାଜନଗର ଘେରିବନ୍ଧ ରାସ୍ତା ଅଳଭା ଗ୍ରାମନିକଟରେ ଏକ କୁମ୍ଭିର ରାସ୍ତା ପାର ହେଉଥିବା ବେଳେ ଏକ ହାଇବା ଚାଲକ ଦେଖିଥିଲା । ଏହା ଜାଣି ଚାଳକ ଜଣଙ୍କ ଗାଡି ଅଟକାଇ ଦେବାରୁ କୁମ୍ଭିର ଟି ପାଖରେ ଥିବା ପ୍ରତାପ ଜେନାଙ୍କ ପୋଖରୀ ଭିତରକୁ ଲମ୍ପ ଦେଇଥିଲା । ହାଇବା ଚାଳକ ଏ ବିଷୟରେ ପୋଖରୀ ମାଲିକଙ୍କୁ ଅବଗତି କରାଇ ଚାଲିଯାଇଥିଲେ । ଗୁରୁବାର ସକାଳେ ପୋଖରୀରେ କୁମ୍ଭୀର ବୁଲୁଥିବା ଲୋକେ ଦେଖି ରାଜନଗର ବନଖଣ୍ଡ ବିଭାଗ ଡିଏଫଓ ଓ ମହାକାଳପଡା ରେଂଜରଙ୍କୁୁ ଜଣାଇଥିଲେ । ତେବେ କୁମ୍ଭୀରକୁ ଦେଖିବା ପାଇଁ ପୋଖରୀ କୂଳରେ ଗ୍ରାମବାସୀଙ୍କ ଭିଡ ଜମିଥିଲା । ଅନ୍ୟପକ୍ଷରେ ପୋଖରି ମାଲିକ ପ୍ରତାପ ଉକ୍ତ ପୋଖରିରେ ପ୍ରାୟ ଦେଢ ଲକ୍ଷ ଟଙ୍କାର ମାଛ ଚାଷ କରିଥିଲେ । ହେଲେ କୁମ୍ଭୀର ପଶି ମାଛ ଖାଇ ଦେଲା । ଏନେଇ ବନ ବିଭାଗ କ୍ଷତି ପୂରଣ ଦେବା ପାଇଁ ପ୍ରତାପ ଦାବି କରିଛନ୍ତିି । ଅପରପକ୍ଷେ ନଦୀ ଅବବାହିକାରେ ଅନେକ ସମୟରେ କୁମ୍ଭୀର ଆତଙ୍କ ଦେଖାଯାଏ। କିନ୍ତୁ ଭେଡା ଅଂଚଳରେ କୁମ୍ଭୀର ଦେଖାଯିବା ଭଳି ବିରଳ ଘଟଣା ଯେକୌଣସି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁରୁବାର ରାତିରୁ ଅଳଭା ଗ୍ରାମର ପ୍ରତାପ ପ୍ରାୟ ୪ ଗୁଣ୍ଠ ପୋଖରିରେ ମାଛଚାଷ କରିଥିବା ବେଳେ କୁମ୍ଭୀର ପସି ମାଛଗୁଡିକୁ ଖାଇଦେଇଛି । ଏଥିନେଇ ସରକାର ଯତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading