
କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟରେ ତଥା ଅଲ୍ ଓଡ଼ିଶା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସହୋଯୋଗରେ ଚାଲି ଥିବା ଓଡ଼ିଶା ମହିଳା ଫିଡେ ରେଟିଙ୍ଗ ଚେସ ଚାମ୍ପିଅନସିପ -୨୦୨୫ ଦ୍ୱିତୀୟ ଦିନ ରେ ପହଞ୍ଚିଛି। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଯୋଗ ଦେଇଥିବା ବେଳେ ଆସୋସିଏସନ୍ର ସଭାପତି କିଶୋର ପଣ୍ଡା, ସମ୍ପାଦକ ଭବେଶ୍ ମହାନ୍ତି, କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ, ଉପସଭାପତି ଲଲାଟ କେଶରୀ ସାମଲ, ବିଜେପି ନେତା ଅମିତାଭ ସୁଆର, ମାଷ୍ଟର ଚେସ ଫାଉଣ୍ଡେସନର ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ବିଶ୍ୱାଳ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପ୍ରସାଦ ଜେନା, କେନ୍ଦ୍ରାପଡା ଚେସ ଆସୋସିଏସନ୍ର ଉପସଭାପତି ଡ ଅମରେଶ ସାହୁ ଏବଂ ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ର ଯୁଗ୍ମ ସମ୍ପାଦକ ନଗେଶ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଥାଉକି ଚାରିଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୦ ଜଣ ମହିଳା ଖେଳାଳି ବିଭିନ୍ନ ଜିଲ୍ଲାରୁ ଭାଗନେଇଛନ୍ତି। ଯେଉଁ ଥିରେ କେନ୍ଦ୍ରାପଡାର ଝିଅ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ସୋର୍ଣ୍ଣ ପଦକ ବିଜେତା ସ୍ମାରକୀ ମହାନ୍ତି, ଏସିଆ କପ୍ ବିଜେତା ଖୋର୍ଦ୍ଧାର ୟାସିତା ରାଉତ, ୟୁନିଭର୍ସଟି ଚାମ୍ପିଅନ କଟକର ଗୀତାଶ୍ରୀ ବିଶ୍ୱାଳ, ଆନ୍ତର୍ଜାତିକ ଖେଳାଳି ଜୟଲକ୍ଷ୍ମୀ ସାହୁ, ନୈନିକ ସାହୁ, ଜ୍ୟୋତିକ ସାହୁ,ଉମା ଦଳପତି, ନିଭ୍ରୀତା ପଟ୍ଟନାୟକ,ହରପ୍ରିୟା ବସନ୍ତିଆ,ସୃଜନୀ ଷଡ଼ଙ୍ଗୀ,ଅର୍ୟା ମହାନ୍ତି,ପ୍ରୀତି ପୁଷ୍ପ ପଣ୍ଡା,ବନିତା ସାମଲ, ସ୍ନେହସ୍ମିତ ରାମ,ବିରୁଆ ଯୁନୁ, ସୁଚିଶ୍ମିତା ପ୍ରିୟଦର୍ଶିନୀ,ବିଷ୍ଣୁ ପ୍ରିୟା ପ୍ରଧାନ,ଶ୍ରେୟଂଶି ଛୋଟରାୟ, ସୁଶ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ, ବୈଶାଖୀ ରାଉତ, ପ୍ରଜ୍ଞସ୍ରୀ ସାହୁ,ସନଭି ହୁଡା, ରିତାଞ୍ଜଳି ନାୟକ, ପ୍ରତିଜ୍ଞା ପ୍ରିୟଦର୍ଶିନୀ ବାରିକ୍, ପ୍ରିୟଙ୍କା ମାରାଣ୍ଡି, ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ଶିଖା ମଜୁମଦାର, ରେଶ୍ମଶ୍ରୀ ଦାସ, ମନୁଷ୍ରୀ ନାୟକ୍, ସ୍ମୃତି ରେଖା ରାଉତ, ଶିବାନୀ ସାହୁ ପ୍ରମୁଖ ସୁନାମଧନ୍ୟ ଖେଳାଳି ଭାଗନେଇଛନ୍ତି। ଖେଳର ସୁ ପରିଚାଳନା ପାଇଁ ପିଙ୍କି ମହାପାତ୍ର ଚିଫ ଅର୍ବିଟର, ଡେପୁଟି ଆର୍ବିଟର ଭାବେ ଅଭିଷେକ ଆଚାର୍ଯ୍ୟ, ନମ୍ୱଲା ରବିକୁମାର ଦାୟିତ୍ୱ ନେଇଥିବା ବେଳେ ଆସୋସିଏସନ୍ର ଅନ୍ୟତମ ଉପସଭାପତି ଅମରେଶ ସାହୁ, କୋଷାଧ୍ୟକ୍ଷ ନାରାୟଣ ଦାସ, ଗୋପିବଲ୍ଲବ ନାୟକ, ସବ୍ରେ ହେମ୍ବ୍ରମ, ନେହେରୁ ସାହୁ ପ୍ରମୁଖ ବିଭିନ୍ନ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା ନଭେମ୍ବର ୩ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଏହା ଉଦଯାପିତ ହେବ।










