ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ



କେନ୍ଦ୍ରାପଡା,୦୫ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୨୫କୁ ଉଦଘାଟକ ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଲେ ଗୋବରୀ ନଦୀର ବିକାଶ ଆମର ଏକାନ୍ତ କାମ୍ୟ । ଏହି ଅବସରେ ପ୍ରଥମେ ସୁସଜ୍ଜିତ ବିଶାଳ ଶୋଭାଯାତ୍ରାରେ ଅତିଥିମାନଙ୍କ ସହ ସାଧବ, ସାଧବାଣୀ କେନ୍ଦ୍ରାପଡାର ନୂଆବସ ଷ୍ଟାଣ୍ଡ ସାମନା ଗୋବରୀ ନଦୀ କୂଳରେ ପାରମ୍ପାରିକ ଭାବରେ ବୋଇତ ବନ୍ଦାଣ କରିଥିଲେ । ତତ୍ ପରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ଦାସ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜେନା କରିଥିଲେ ପ୍ରତିକା ସମ୍ପାଦକ ଶୁଭାଂଶୁ କୁମାର ଦାସ । ବାଲିଯାତ୍ରା ମହୋତ୍ସବ କମିଟିର ସମ୍ପାଦକ ସଂଜୟ କୁମାର ଜେନା ସ୍ୱାଗତ ଭାଷଣ ପରିବେଷଣ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ଭାବଗ୍ରାହୀ କଳା ନିକେତନର କଳାକାର ମାନେ ଆବହନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବର କେନ୍ଦ୍ରାପଡାର ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଯୋଗଦାନ କରି କହିଲେ ଗୋବରୀ ନଦୀରେ ନୂଆବସ ଷ୍ଟାଣ୍ଡ ସହ ବାଲିଯାତ୍ରା ପଡିଆ ସଂଯୋଗ ନିମନ୍ତେ କାର୍ଯ୍ୟର ଅସଂଗତି ସମ୍ପର୍କରେ ଅନୁସନ୍ଧାନ କରିବେ । ବାଲିଯାତ୍ରାରେ ପରିବେଶର ସ୍ୱଚ୍ଛତାପ୍ରତି ଦୃଷ୍ଟି ଦେବାକୁ ପରାର୍ମଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୈାରାଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ବ୍ଲକ୍ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ସମାଜସେବୀ ରବିନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ, ନିର୍ମଳା ମହାନ୍ତି, ଲୋହିତ ମହାନ୍ତି ଯୋଗଦାନ କରି କେନ୍ଦ୍ରାପଡା ବାଲିଯାତ୍ରାର ଏକ ଭାଇଚାରାର ଗଣପର୍ବ ଏବଂ ଏଥି ନିମନ୍ତେ ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଲିଖିତ ବାଲିଯାତ୍ରାର ମୁଖପତ୍ର “ସ୍ମୃତିର ବୋଇତ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବାଲିଯାତ୍ରା ମହୋତ୍ସବ ପାଇଁ ଅତୁଳନୀୟ ଅବଦାନ ଲାଗି ଟୁଟୁଗେରୁ ଓ ଦେବେନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ , ପୂର୍ବତନ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ପ୍ରଦିପ୍ତ ମହାନ୍ତି, ଗୁଲନଗର ପୂର୍ବତନ ସରପଞ୍ଚ ଲୋପାମୁଦ୍ରା ବାରିକ, କାଶିନାଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ବାଲିଯାତ୍ରା ମହୋତ୍ସବ କମିଟିର ଦକ୍ଷ କାର୍ଯ୍ୟକର୍ତ୍ତା ଉମାକାନ୍ତ ଗୁରୁ ଓ ଦୀଲ୍ଲିପ୍ କୁମାର ସାହୁ ଙ୍କ ଦେହାନ୍ତରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସଭାପତି ଧିରେନ୍ଦ୍ର ଦାସ ଧନ୍ୟବାଦ ଜ୍ଞାପନ କରିଥିବା ଏହି କାର୍ଯ୍ୟକ୍ରମକୁ ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ, ଅଲେଖ ନାୟକ, ମୃତ୍ୟୁଞ୍ଜୟ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ପତିବାସ ବେହେରା, ଗୋଲଖ ଚନ୍ଦ୍ର ପରିଡା, ରାଜୁ କୁବେର, ପ୍ରଦୀପ ବିହାରୀ, ସତ୍ୟବ୍ରତ ସିଂହ, ମୃତ୍ୟୁଞ୍ଜୟ ମହାନ୍ତି, ପଞ୍ଚାନନ ଗେରୁ, ରାଜୁ କୁବେର, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, କରୁଣାକର ଦାସ, ପୀତପାସ ଦାସ ଓ ଶ୍ରୀଧର ଭୋଳ ଇତ୍ୟାଦି ପରିଚାଳନା କରିଥିଲେ ।


Next Post

ପଦ୍ମବେଶରେ ଦର୍ଶନ ଦେଲେ ଶ୍ରୀବଳଦେବଜୀଉ

Thu Nov 6 , 2025
କେନ୍ଦ୍ରାପଡ଼ା,୫ା୧୧:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ବୁଧବାର ପଦ୍ମବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତିି। ବଡ଼ଠାକୁର ଶ୍ରୀଜୀଉଙ୍କ ପଞ୍ଚୁକ ବେଶ ନୀତି ସମ୍ପନ୍ନ ହୋଇଥିବା ବେଳେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ପବିତ୍ର ରାସପୂର୍ଣ୍ଣିମାରେ ମହାପ୍ରଭୁ ସୁସଜ୍ଜିତ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପ୍ରତ୍ୟୁଷରୁ ବଡ଼ଠାକୁର ଶ୍ରୀବଳଦେବଜୀଉଙ୍କ ଦ୍ୱାର ଉନ୍ମୁକ୍ତ କରାଯାଇ ଜୟ ମଙ୍ଗଳା ଆଳତି କରାଯାଇଥିଲା। ପରେ ନୀତି ସ୍ନାନ ବଲ୍ଲଭ ହୋଇ ଦ୍ୱାର ସାହାଣ ମେଲା କରାଯାଇଥିଲା। […]

KANIKA