ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ବାର୍ଷିକ ଜୀବନ ପ୍ରମାଣପତ୍ର ଗ୍ରହଣ



କେନ୍ଦ୍ରାପଡା ୫/୧୧- ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ବାର୍ଷିକ ଜୀବନ ପ୍ରମାଣପତ୍ର ଗ୍ରହଣ ଉଭୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ (ଟ୍ରେଜେରୀ ଅଫିସ)ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଅଛି । ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ହେମନ୍ତ କୁମାର ଜେନା ଏବଂ ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଚାଲିବ । ପେନସନଧାରୀ ମାନେ ସାଥୀରେ ପେନସନବହି, ବ୍ୟାଙ୍କପାସବହି ଏବଂ ଆଧାର କାର୍ଡ ଆଣିବାକୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି । ଏଥିସହ ଯେଉଁ ପେନସନଭୋଗୀମାନେ ବ୍ୟାଙ୍କ ବା ଟ୍ରେଜେରୀକୁ ଆସିବାପାଇଁ ଅସମର୍ଥ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଲିଖିତଭାବେ ଜଣାଇଲେ ସେମାନଙ୍କ ଘରୁ ଜୀବନ ପ୍ରମାଣପତ୍ର ଆଣିବାର ବ୍ୟବସ୍ଥା କରିବେ ।


Next Post

ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉତ୍ସବ ଇନ୍ଦୁପୁର

Thu Nov 6 , 2025
କେନ୍ଦ୍ରାପଡା,୦୫ା୧୧: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ବିରୁପାନଦୀ ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ପ୍ରଫେସର ଚାରୁ ଚନ୍ଦ୍ର ହାଜରା, ସଭାପତି-ଶିକ୍ଷାବିତ୍ ପ୍ରଣବ କୁମାର ଜେନା ଆଡଭୋକେଟ୍ ଗୋକୁଳ ଚନ୍ଦ୍ର ଦାସ, ନିକିରାଇ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ମହିଳା କମିଶନ ସଦସ୍ୟା ଡଃ କଳ୍ପନା ମଲିକ୍ ଅବସର ପ୍ରାପ୍ତ ପ୍ରଶାସକ ସୁଖ ରଞ୍ଜନ ବୋଷ, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, […]

KANIKA