ଦେଶ ବିଦେଶଗଲେ ଆମେ ଓଡିଶାକୁ ଆଉ କେନ୍ଦ୍ରାପଡାକୁ ଦେଖୁ


ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ସାଂସଦ ବୈଜୟନ୍ତ ପାଣ୍ଡାଙ୍କ ବକ୍ତବ୍ୟ

କେନ୍ଦ୍ରାପଡା,୦୯ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନକରି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା କହିଲେ ଆମେ ଯେଉଁ ଦେଶକୁ ଗଲେବି ଓଡଶା ଆଉ କେନ୍ଦ୍ରାପଡାକୁ ଦେଖିପାରିବା ଏଭୁ ଅନୁମେୟ କେନ୍ଦ୍ରାପଡା କେତେ ସମୃଦ୍ଧ । ଏହି ଅବସରରେ ବାଲିଯାତ୍ରା କମିଟିର ସଭାପତି ପ୍ରଦିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ସଂଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଧୀରେନ୍ଦ୍ର କୁମାର ଦାସ, ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ଟୁଟୁ ଗେରୁ, ମୃତ୍ୟୁଞ୍ଜୟ ସାହୁ, ପିତବାସ ବେହେରା, ପଞ୍ଚାନନ ଗେରୁ, ରାଜୁ କୁବେର, ରଜନୀକାନ୍ତ ଦାସ, ଶ୍ରୀଧର କୁମାର ମହାନ୍ତି, ଅକ୍ଷୟପ୍ରିୟ ଦାସ, ଗୋଲଖଚନ୍ଦ୍ର ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାଯ୍ୟକ୍ରମର ମୁଖ୍ୟ ବକ୍ତାଭାବରେ ପ୍ରାକ୍ତନ ପ୍ରଶାସନ ଧରଣୀଧର ନାଥ, ସମ୍ମାନୀତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷା ଗିତାଞ୍ଜଳୀ ସେଠୀ, ଜିଲ୍ଲା ବଜେପିର ପ୍ରାକ୍ତନ ସଭାପତି କିଶୋର ପଣ୍ଡା, ଶଶାଙ୍କ ସେଠୀ ଯୋଗଦାନ କରି ନୂତନ କେନ୍ଦ୍ରାପଡା ଗଠନ ନିମନ୍ତେ ପ୍ରତିଶୃତି ପ୍ରଦାନ କରିଥିଲେ । ବାଲିଯାତ୍ରା କମିଟି ତରଫରୁ କେନ୍ଦ୍ରାପଡା ସହର ସହ ଗୁଲନଗର ଗ୍ରାମ ପଞ୍ଚାୟତକୁ ସଂଯୋଗ କରିବା ନିମନ୍ତେ ଗୋବରୀନଦୀ ଉପରେ ଏକ ପକ୍କା ପୋଲ ନିର୍ମାଣ କରିବା ନିମନ୍ତେ ସାଂସଦଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ସାହିତ୍ୟିକ ଚନ୍ଦ୍ରମଣୀ ସାହୁଙ୍କ ସମ୍ପାଦନାରେ ପ୍ରାକାଶିତ “ବସୁମତୀ” ପତ୍ରିକାକୁ ମୁଖ୍ୟ ଅତିଥି ଉନ୍ନୋଚନ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରାକ୍ତନ ବିଧାୟକ ଅଲେଖ ଜେନା, ସଂଞ୍ଜୟ ରଥ, ସୁନାକର ବେହେରା, ସଲିମ ଖାଁ ଯୋଗଦାନ କରିଥିଲେ । ସଚେତନ ସାହିତ୍ୟ ସଂସଦ ତରଫରୁ ଡ. ଅଭୟ ରାଉତଙ୍କ ସଂଯୋଜନାରେ ସାହିତ୍ୟ ସଭା କରାଯାଇଥିଲା ।


Next Post

ଆଇନସେବା ସଚେତନତା ଶିବିର

Sun Nov 9 , 2025
କେନ୍ଦ୍ରାପଡ଼ା,୯ା୧୧:ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ନିକିରାଇ ବୀର ହନୁମାନଜୀଉ +୨ମାଧ୍ୟମିକ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମୈାଳିକ କର୍ତ୍ତବ୍ୟ, ପୋକ୍ସୋ ଆକ୍ଟ,ଜେଜେ (ସିପିସି)ଆକ୍ଟ ଏବଂ ପିଓଏସଏଚ ଆକ୍ଟ ଉପରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ ପ୍ରଜ୍ଞା ପରମିତା ରାଉଳ ଯୋଗଦେଇ ପୋକ୍ସୋ ଆଇନି ଉପରେ ଛାତ୍ରଛାତ୍ରୀମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ। ତତ୍ସହିତ ବିଭିନ୍ନ ପ୍ରକାର ଗଳ୍ପ ଓ ଉଦାହରଣ […]

KANIKA