ଗୋବରୀ ନଦୀକୁ ନଦୀର ମାନ୍ୟତା ଓ ପୁନରୁଦ୍ଧାର ସମସ୍ତଙ୍କର ଧ୍ୟେୟ ହେଉ ବାଲିଯାତ୍ରା ମହୋତ୍ସବର ୬ଷ୍ଠ ସଂଧ୍ୟାରେ ବିଶିଷ୍ଠ ବ୍ୟକ୍ତିଙ୍କ ମତ



କେନ୍ଦ୍ରାପଡା,୧୦ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଷଷ୍ଠ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦାନକରି କହିଲେ ଗୋବରୀ ନଦୀକୁ ନଦୀର ମାନ୍ୟତା ଓ ଏହାର ପୁନରୁଦ୍ଧାର ସହ କେନ୍ଦ୍ରାପଡା ବିକାଶ ଧ୍ୟେୟ ହେଉ । ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ସଂଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସମ୍ମାନନୀୟ ଅତିଥିଭାବରେ ବିଶିଷ୍ଠ କବି ଓ ସ୍ତମ୍ଭକାର ନିରାକାର ଦାସ, ଓଡିଶା ବିକାଶ ମଞ୍ଚର ସଭାପତି ପ୍ରଣବ ଛୋଟରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଂଜନ ରାଉତ ଯୋଗଦାନ କରି କହିଲେ କେନ୍ଦ୍ରାପଡା ବାଲିଯାତ୍ରା ଖାଲି ଯାତ୍ରା ଭିତରେ ସିମିତ ନରହି ଗୋବରୀନଦୀର ପୁନ୍ନରୁଦ୍ଧାର ଓ କେନ୍ଦ୍ରାପଡାର ବିକାଶ ଉଦ୍ୟମ ହେବା ଆବଶ୍ୟକ । ପତ୍ରିକା ସଂପାଦକ ଶୁଭାଂଶୁ କୁମାର ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଟୁଟୁ ଗେରୁ, ରାଜୁ କୁବେର, ପୀତବାସ ବେହେରା, ଶ୍ରୀଧର କୁମାର ମହାନ୍ତି, ରଜନୀକାନ୍ତ ଦାସ, ମହେଶ ପାତ୍ରୀ, ପଞ୍ଚାନନ ଗେରୁ, ମୃତ୍ୟୁଞ୍ଜୟ ସାହୁ, ଉପସଭାପତି ଧୀରେନ୍ଦ୍ର କୁମାର ଦାସ, ସୁବ୍ରତ ସିଂ, ସେକ ସମସେର, ମହେନ୍ଦ୍ର ଆଚାର୍ଯ୍ୟ, ଅଶୋକ ସାହୁ ଓ ଚିତ୍ତ ରଞ୍ଜନକବି । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରୁଦ୍ରାଣୀ ପବ୍ଲିକ ସ୍କୁଲ ଦ୍ୱାରା ଚିତ୍ତକର୍ଶକ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଧିରେଦ୍ର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜି ଅପରାହ୍ନରେ ଗହୀରମଥା ସୁରକ୍ଷା ସମିତ ତରଫରୁ ସଭାପତି ହେମନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ହେନ୍ତାଳ ପତ୍ରିକା ଅତିଥିମାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା । ମୁଖ୍ୟ ଅତିଥି ବରିଷ୍ଟ ପରିବେଷ ବିଜ୍ଞାନୀ ଡ. ମିହିର ପଟ୍ଟନାୟକ, ସମ୍ମାନୀତ ଅତିଥି ଓଡିଶୀ ମଞ୍ଚର ସମ୍ପାଦକ ଦୀଲ୍ଲିପ ବିଶ୍ୱାଳ, ମୁଖ୍ୟ ବକ୍ତା ରେଭେନସା ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବ ଶଙ୍କର ସାହୁ ଯୋଗଦାନ କରି କହିଲେ ଗହୀର ମଥା ଓ ଭିତର କନିକା ନରହିବ ତେବେ କେନ୍ଦ୍ରାପଡା ସମୁଦ୍ର ଗର୍ଭରେ ଲୀନ ହେବ । ବାବାଜୀଧଳ, ଗୌତମ ଜେନା, ପ୍ରଦୀପ ଦାସ, ଶ୍ରୀଧର କୁମାର ଭୋଳ, ଶୁଭାଂଶୁ କୁମାର ଦାସ, ଶରତ ରାଉତ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ନକୁଳ ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Next Post

ଆନ୍ତର୍ଜାତୀୟ ଚିତ୍ର କର୍ମଶାଳାରେ କେନ୍ଦ୍ରାପଡ଼ାର ଚିତ୍ରଶିଳ୍ପୀ ସମ୍ବର୍ଦ୍ଧିତ

Tue Nov 11 , 2025
କେନ୍ଦ୍ରାପଡ଼ା ୧୦/୧୧: ଅନ୍ତର୍ଜାତୀୟ ଚିତ୍ରକର୍ମଶାଳା ପଡୋଶୀ ଦେଶ ନେପାଳରେ ଆୟୋଜିତ ଡ୍ରିମସ୍କେପ ନେପାଳ-୨୦୨୫ କାଠମାଣ୍ଡୁ ସ୍ଥିତ ନେପାଳ ଆର୍ଟ କାଉନସିଲ ନେପାଳ ଆର୍ଟ ଗ୍ୟାଲେରୀଠାରେ ଚଳିତ ମାସ ୦୪ତାରିଖ ରୁ ୦୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଠାରେ ଆକାର ଡ଼େକୋର ସଂସ୍ଥା ଦ୍ୱାରା ଭାରତ, ନେପାଳ, ବାଙ୍ଗଲାଦେଶ ଓ ମରିସସରୁ ମନୋନୀତ ୧୦୦ ଜଣ ଚିତ୍ରଶିଳ୍ପୀ ମଧ୍ୟରେ କେନ୍ଦ୍ରାପଡ଼ାର କ୍ରୀଷ୍ଣା ଏକାଡେମୀ ଅଫ ଆର୍ଟ ଆଣ୍ଡ କଲ୍ଚରର […]

KANIKA