ଉପଦେଷ୍ଟା ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ



କେନ୍ଦ୍ରାପଡା,୨୩ା୧୧: କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ ରବିବାର ସ୍ଥାନୀୟ ବିନାୟକ ପ୍ୟାଲେସଠାରେ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ସମ୍ପନ୍ନ ଭିତ୍ତିକ ଠିକାଦାର ମାନେ ଯୋଗଦେଇଏହି ମହାସଂଘ ର କାର୍ଯ୍ୟପନ୍ଥା ପନ୍ଥା ଓ ଏହାର ଆଭିମୁଖ୍ୟ ଠିକାଦାର ମାନଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଭାଗନେଇ ନିଜନିଜର ମତ ରଖୁଥିଲେ। ପ୍ରାଥମିକ ସ୍ତରରେ ମହାସଂଘର ଏକ ଅସ୍ଥାୟୀ ଆଡଭାଇଜର କମିଟି ଗଠନର କରା ଯାଇଥିଲା। ଜିଲ୍ଲାର ସମସ୍ତ ଠିକାଦାର ଭାଇମାନେ ସରକାର ଧାର୍ଯ୍ୟ ମୂଲ୍ୟ(ସିଡ଼ୁଲରେଟରେ) ଟେଣ୍ଡର ପକାଇବେ ଓ ଆଉକେହି ଠିକାଦାର ୧୪.୯୯ଲେସରେ ଟେଣ୍ଡର ପକାଇବେ ନାହିଁଁ ବୋଲି ସ୍ଥିରକରାଗଲା। ସରକାରଙ୍କ ଧାର୍ଯ୍ୟମୂଲ୍ୟଠାରୁ କମରେ ଟେଣ୍ଡର ପକାଇ ଠିକାଦାର ମାନେ ସର୍ବସାନ୍ତ ହେଉଛନ୍ତି ଏବଂ କାର୍ଯ୍ୟରମାନ ମଧ୍ୟ କମିଯାଉଛି। କେନ୍ଦ୍ରାପଡା ଜିଲ୍ଲା ଉପଦେଷ୍ଠା ମଣ୍ଡଳୀର ନିଷ୍ପତ୍ତିକୁ ସମସ୍ତ ଠିକାଦାର ମାନିବାପାଇଁ ସହମତି ପ୍ରକାଶ କରିଥିଲେ। ଏହି ବୈଠକରେ ଅଜିତ କୁମାର ସାହୁ, ବିଭୁରଞ୍ଜନ ପରିଡା, ମହେନ୍ଦ୍ର କୁମାର ରାଉତ, ଶିବ ପ୍ରସାଦ ପରିଡା, ରାଜେଶ ମହାନ୍ତି, ଗୌତ୍ତମ ମଲ୍ଲିକ, ଜାନକୀ ବଲ୍ଲଭ ସାମନ୍ତରାୟ, ସତ୍ୟେନ୍ଦୁ ସୁତାର, ସୁକାନ୍ତ ରାଉତ, ପ୍ରକାଶ ସାମଲ, ହରକୃଷ୍ଣ ନାୟକ, ପ୍ରଭାତ କୁମାର ଜେନା, ଅଶ୍ୱନୀ କୁମାର ସାମଲ, ନୃସିଂହ ବେହେରା, ରଶ୍ମିରଞ୍ଜନ ଦାସ, ଭରତ କୁମାର ପାତ୍ର, କିଶୋର ପଣ୍ଡାଙ୍କ ସମେତ ଅନେକ ଅଭିଜ୍ଞ ଠିକାଦାରମାନେ ଏହି ନିଷ୍ପତ୍ତିକୁ ସମ୍ମତ୍ତି ଜଣାଇଥିଲେ ।


Next Post

ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କୁ ପଟ୍ଟାମୁଣ୍ଡାଇରେ ସମ୍ବର୍ଦ୍ଧନା

Sun Nov 23 , 2025
ପଟ୍ଟାମୁଣ୍ଡାଇ ତା ୨୩/୧୧- ରାଜ୍ୟ ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଅଇନିପଡା -ପଛପଡା ଗାଁ ଉତ୍ସବ ଉଦଘାଟନ କରିବା ପାଇଁ ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତରେ ଆସିଥିବାବେଳେ ତାଙ୍କୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପଟ୍ଟାମୁଣ୍ଡାଇ ଉପକଣ୍ଠ ବେଲତଳ ଠାରେ ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳ ସମ୍ପାଦକ ରବୀନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ […]

KANIKA