ସମ୍ବିଧାନ ଜନକ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ



କେନ୍ଦ୍ରାପଡ଼ା,୭ା୧୨: ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ସମ୍ବିଧାନର ଜନକ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପୁରୁଣା ମୋଟର ଷ୍ଟାଣ୍ଡ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଭାରତୀୟ ସମ୍ବିଧାନ ପ୍ରଣୟନରେ ଥିବା ଆମ୍ବେଦକରଙ୍କ ଅନନ୍ୟ ଭୂମିକା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସମ୍ବିଧାନର ଧାରା ୩୨ ଓ ୨୨୬ ସମ୍ବିଧାନର ଆତ୍ମା ବୋଲି ସେ କହିଥିଲେ। ଏହି ଦୁଇଟି ଧାରା ବଳରେ ଯଦି କୌଣସି ନାଗରିକର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବ ତେବେ ସେ ରାଷ୍ଟ୍ରର ସ୍ୱେଚ୍ଛାଚାରିତା ବିରୋଧରେ ସିଧାସଳଖ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଆଶ୍ରୟ ନେଇ ପାରିବେ। ଏହି ଦୁଇଟି ଧାରା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆମ୍ବେଦକରଙ୍କ ଉକ୍ତିକ ପାଥେୟ କରି ବକ୍ତାମାନେ କହିଥିଲେ। ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭଳ, ପ୍ରଫୁଲ୍ଲ ଦାସ, ଗୟାଧର ଧଳ, ମହମ୍ମଦ ଆକବର ଅଲ୍ଲୀ, ସରୋଜରାଜ ସିଂ, ପ୍ରଦୀପ ସିଂ, ଗୋଲଖ ପରିଡ଼ା, ସଞ୍ଜୟ ଜେନା ଓ ଜଗତଜୀବନ ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଡ. ନନ୍ଦକିଶୋର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ବିଚାର ମଞ୍ଚର ସଂପାଦକ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

Mon Dec 8 , 2025
କେନ୍ଦ୍ରାପଡା,୮ା୧୨: କେନ୍ଦ୍ରାପଡା ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ, ଚିତ୍ରାଙ୍କନ ଓ ହସ୍ତକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଂଜୟ କୁମାର ଆଚାର୍ଯ୍ୟ ରିଟାୟାଡ ତହସିଲଦାର ଏବଂ ସି. ଆର୍‌.ସିସି. ଜଝାଙ୍ଗ କ୍ଲଷ୍ଟରର ନିରୋଜା ନଳିନୀ ମହାନ୍ତି ଯୋଗଦେଇଥିଲେ । ସବୁ ଶ୍ରେଣୀର ପିଲା ମାନେ ଯୋଗଦାନ କରି ବହୁତ ଖୁସି ଅନୁଭବ କରିଥିଲେ । ଯେଉଁ ମାନେ ଯୋଗଦେଇ ନଥିଲେ ସେମାନେ ଅନ୍ୟମାନଙ୍କ ଠାରୁ […]

KANIKA