ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସମାବେଶ



କେନ୍ଦ୍ରାପଡା ୧୧/୧୨- ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଏକ ସମାବେଶ ସ୍ଥାନୀୟ ଗୌରିଶଙ୍କର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ସରୋଜ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବରେ ରାଜ୍ୟ ନିଖିଳ ଉତ୍କଳ ତୈଳିକ ମହାସଂଘର ସଭାପତି ତଥା ଚିଲିକା ବିଧାନସଭାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗଦେଇ ତୈଳିକ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନାକରି ବହୁଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ବିଶିଷ୍ଟ ଅତିଥି ଭାବରେ ଭୂବନେଶ୍ୱରର ପ୍ରାଧ୍ୟାପକ ଡ. ରାଜନ କୁମାର ସାହୁ ଯୋଗଦେଇ ପୁରୀରେ ଥିବା ରାଜ୍ୟର ତୈଳିକ ସଂଘର କୁବେର ଗୃହ ତଥା ଧର୍ମଶାଳାର ପୁନର୍ଦ୍ଧାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ ଏହି ପ୍ରସ୍ତାବ ଉପରେ ଆଲୋଚନାକରି ସମସ୍ତ ପ୍ରକାର ସମ୍ମତ୍ତି ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ୧୦ଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ସମ୍ପାଦକ ଶ୍ରୀକାନ୍ତ ନାୟକ ଜିଲ୍ଲାର ୯ଟି ବ୍ଲକରେ ତୈଳିକ ସଂଗଠନ କିପରି ସୁଦୃଢ କରିବାକୁ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ପୂର୍ବତନ ପୌରାଧ୍ୟକ୍ଷ ବରିଷ୍ଠ ସଦସ୍ୟ ଧିରେନ ସାହୁ, ରାଜନଗର ବ୍ଲକର ସଦସ୍ୟ ଅରୁଣ କୁମାର ସାହୁ ଓ ତ୍ରିଲୋଚନ ସାହୁ, କେନ୍ଦ୍ରାପଡାର ଭରତ ଚନ୍ଦ୍ର ସାହୁ, କୁଳମଣି ନାୟକ ପ୍ରମୁଖ ଯୋଗଦେଇ ତୈଳିକ ସାମଜକୁ କିପରି ମଜବୁତ କରାଯିବ ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଗଲା । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ତରଫରୁ ଆଲୋକ କୁମାର ସାହୁ ମହାସଂଘର ସଭାପତି ରଘୁନାଥ ସାହୁଙ୍କୁ ପୁଷ୍ପ ତୋଡା, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା ଜାନୁଆରୀ ତୃତୀୟ ସପ୍ତାହ ରବିବାରଦିନ ରାଜନଗର ଠାରେ ବୈଠକ ହେବା ପଇଁ ସ୍ଥିର କରାଗଲା । ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ କୁମାର ସାହୁ, ସରୋଜ କୁମାର ସାହୁ, ବିଜୟ କୁମାର ସାହୁ, ନାରାୟଣ ସାହୁ, ଦିପକ କୁମାର ସାହୁ, ଭରତ କୁମାର ସାହୁ, ଦିନବନ୍ଧୁ ସାହୁ, ଲକ୍ଷ୍ମୀକାନ୍ତ ନାୟକ, ନିତ୍ୟାନନ୍ଦ ସାହୁଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।