ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ


ବିଭିନ୍ନ ୱାର୍ଡ ବୁଲିବା ସହିତ ରୋଗୀଙ୍କ ସହ ଆଲୋଚନା

 

କେନ୍ଦ୍ରାପଡ଼ା, ୧୭ା୧୨: ଜିଲ୍ଳାପାଳ ରଘୁରାମ ଆର. ଆୟର ବୁଧବାର ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ବୁଲିବା ସହିତ ପଞ୍ଜିକରଣ କାଉଣ୍ଟରକୁ ଯାଇ ସଠିକ ଭାବରେ ଏବଂ କ୍ରମାନ୍ୱୟରେ ପଞ୍ଜିକରଣ ହେଉଛି କି ନାହିଁ ଦେଖିଥିଲେ। ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ୱାର୍ଡରେ ଭର୍ତ୍ତି ହୋଇଥିବା ବିଭିନ୍ନ ରୋଗୀ ମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସହ ସେମାନେ ଉପଯୁକ୍ତ ସେବା ଡାକଦ୍‌ତରଖାନାରୁ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କ ସମ୍ପର୍କୀୟ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଦାୟିତ୍ୱରେ ଥିବା ଡାକ୍ତର ଏବଂ ଷ୍ଟାଫ୍‌ମାନଙ୍କ ସହ ରୋଗୀଙ୍କୁ ଉପଯୁକ୍ତ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ରୋଗୀମାନଙ୍କୁ ଭଲ ବ୍ୟବହାର କରିବା ସହିତ ଉତ୍ତମ ରୋଗୀ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତିତ ଡାକ୍ତଖାନା ଟଏଲେଟ୍ ଗୁଡିକର ଦୈନିକ ସଫେଇ ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାପରେ ଜିଲ୍ଲାପାଳ ଆହାର କେନ୍ଦ୍ର ବୁଲି ଦେଖିବା ସହିତ ଚିକିତ୍ସାଳୟଳୟ ଅନ୍ୟ ସମସ୍ୟା ଉପରେ ଉପସ୍ଥିତ ଡାକ୍ତରଖାନା ଅଧୀକ୍ଷକ ଡା. ପ୍ରମୋଦ କୁମାର ପ୍ରହରାଜଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।


Next Post

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ମାନବ ସଭ୍ୟତା ସଫଳତା ପଥରେ ଚାଲିଛି

Thu Dec 18 , 2025
ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ୧୭/୧୨ – ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଶ୍ରେଣୀ କକ୍ଷରେ ପ୍ରଯୁକ୍ତି ବିଦ୍ୟାର ସମନ୍ୱିତ ଆହ୍ୱାନ ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟାପକ ଡ଼ ପ୍ରଭାକର ମଲ୍ଲିକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଆଜିର ଯୁଗ ହେଉଛି […]

KANIKA