
କେନ୍ଦ୍ରାପଡ଼ା,୨୦ା୧୨:ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଗିତା ଜ୍ଞାନଯଜ୍ଞ ଜିଲ୍ଲା ସଂସ୍କୃତି ଭବନରେ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱାମୀ ପ୍ରଜ୍ଞାନାନନ୍ଦଜୀଙ୍କ ମହାରାଜ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିବ ବେଳେ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଆଜିର ଗିତା ଜ୍ଞାନଯଜ୍ଞରେ ଶ୍ରୀମଦ ଭାଗବତ ଗୀତାର ପ୍ରଥମ ଅଧ୍ୟାୟର କେତେରାଟି ଶ୍ଲୋକକୁ ବାଖ୍ୟା କରିଯିବା ସହ ୫ ଜ୍ଞାନେନ୍ଦ୍ରୀୟ ଓ ୫ଟି କାମଇନ୍ଦ୍ରୀୟ ଦ୍ୱାରା ମନୁଷ୍ୟ କିଭଳି ବସବର୍ତ୍ତୀ ହୋଇଯାଉଛି ସେ ସମ୍ପର୍କରେ ବିଷଦ ଭାବରେ ଆଲୋକପାତ କରା ଯାଇଥିଲା । ପଶୁ ଓ ମନୁଷ୍ୟ ଭିତରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ କୁହାଯାଇଥିଲା ଯେ ଗୀତା ପଠନ ଦ୍ୱାରା ମନୁଷ୍ୟ ମାର୍ଗଦର୍ଶନ ପାଇଥାଏ। ସେହି ମାର୍ଗଦର୍ଶନ ଦ୍ୱାରା ମନୁଷ୍ୟ ଭିତରେ ଥିବା ପଶୁତ୍ୱକୁ ଦମନ କରି ଜଣେ ସୁଚରିତ୍ର ମଣିଷ ଭାବରେ ନିଜକୁ ଗଢିଥାଏ। ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢୀ। ଆମ ର ଯୁବକଯୁବତୀମାନେ ଗୀତା ପାଠ କଲେ ଜଣେ ଜଣେ ସୁନାଗରିକ ହୋଇପାରିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। ଏଥିସହ ଆମ ଦେଶ ଭାରତବର୍ଷ ମଧ୍ୟ ଏକ ଆଧ୍ୟାତ୍ମିକବାଦୀ ତଥା ଚରିତ୍ରବାନ ସୁନାଗରିକ ଗଠନ କରି ସୁନାମ ଅର୍ଜ୍ଜନ କରିପାରିବ । ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥମାନେ ଯୋଗଦେଇ ଅର୍ଶିବଚନ ପ୍ରଦାନ କରିଥିଲେ।











