ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା,୨୧ା୧୨: ସ୍ଥାନୀୟ ଗରାପୁରସ୍ଥିତ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ “ଅଭିବ୍ୟକ୍ତି” ପାଳିତ ହୋଇଯାଇଛି । ଏହି ଅବସରରେ ନାସା ମହାକାଶର ବୈଜ୍ଞାନିକ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜ୍ଞାନ ହୋତା, ସମୀର ମିଶ୍ର, ଡା. ବିରଜା ରାଉତରାୟ ଓ ଇଂ ଦେବାଶିଷ ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପିଲାମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଅତିଥିମାନେ କହିଥିଲେ ଯେ ଡିଏଭି ପବ୍ଲିକ ସ୍କୁଲ ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ । ଏଠାରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ମାତୃକାର ସେବା କରିବେ । ଅଭିଭାବକମାନେ ପିଲାମାନଙ୍କ ମାର୍କ ଉପରେ ଗୁରୁତ୍ୱ ନ ଦେଇ ସେମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏହା ଆଗାମୀ ସମୟର ଆହ୍ୱାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବକୁ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପରିଚାଳନା କରିଥିଲେ । ବିଦ୍ୟାଳୟର ସମ୍ପାଦକ ଗାୟତ୍ରୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ କୁନିକୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଚଳିତବର୍ଷ ପାଇଁ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ବେଷ୍ଟ ସ୍ଟୁଡେଣ୍ଟ ଭାବେ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉତ୍ସାହିତ କରାଯାଇଥିଲା ।


Next Post

ସାଇବାବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sun Dec 21 , 2025
କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଶ୍ରୀ ସିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ପ୍ରାତଃ ସାତଘଟିକାରେ କଳସାଧିବାସ, ତôତ ପରେ ଶାନ୍ତି ହୋମ ଆରମ୍ଭ ହୋଇ ମହାଅଭିଷେକ ଓ ମଧ୍ୟାହ୍ନ ଆରତୀ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରୁ ଆସିଥିବା ବିଶିଷ୍ଟ ପଣ୍ଡିତ ଚିରଞ୍ଜିବୀ ମିଶ୍ରଙ୍କ ସହ ସ୍ଥାନୀୟ ପୂଜକ ଗୈାରୀ ଶଙ୍କର ଦୀକ୍ଷିତ, ସଦାଶିବ […]

KANIKA