ଜିଲ୍ଲାପାଳ ଶିଶୁଯତ୍ନ ଅନୁଷ୍ଠାନ ପରିଦର୍ଶନ



କେନ୍ଦ୍ରାପଡ଼ା,୨୨ା୧୨:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ସୋମବାର ସକାଳ ୯ଟାରେ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ କୋରୁଆସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ସମସ୍ତ ଅନ୍ତେବାସୀ ପିଲାମାନଙ୍କ ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ପରିଚାଳନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ପିଲା ମାନଙ୍କ ଉଚ୍ଚତର ଶିକ୍ଷାକୁ ଗୁରୁତ୍ୱ ଆରୋପ କରିବା ସହିତ ବୈଷୟିକ ଶିକ୍ଷାକୁ ଆପଣାଇ ନିଜର ପରିଚୟ ସହିତ ରୋଜଗାରକ୍ଷମ ହେବାକୁ ଜିଲ୍ଲାପାଳ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପିଲା ମାନଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ର ଗୁଣକୁ ଚି଼ହ୍ନଟ କରି ସେମାନଙ୍କୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ପିଲାମାନଙ୍କୁ ଖାତା, ପେନସିଲ ବକ୍ସ, କଲମ, ଚକୋଲେଟ ସହିତ ଶୀତ ବସ୍ତ୍ର ଜ୍ୟାକେଟ ପ୍ରଭୃତି ପ୍ରଦାନ କରିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଶିଶୁ କଲ୍ୟାଣ ସମିତି ସଦସ୍ୟ ଲଳିତ ମୋହନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସୁପେରିଟେଣ୍ଡେଣ୍ଟ ମଞ୍ଜୁଳା ନାୟକ, ପରାମର୍ଶଦାତ୍ତା ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Next Post

ଏମପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ‘ପରିଶ୍ରମର କୌଣସି ବିକଳ୍ପ ନାହିଁ’

Tue Dec 23 , 2025
କେନ୍ଦ୍ରାପଡ଼ା,୨୩ା୧୨: ପରିଶ୍ରମର କୌଣସି ବିକଳ୍ପ ନାହିଁ। ପିଲାମାନେ ପରିଶ୍ରମ କରି ପାଠ ପଢିଲେ ସେ ପାଠ ସଠିକ କାମରେ ବିନିଯୋଗ ହେବ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ସେମାନେ ହେଉଛନ୍ତି ଆମ ପାଇଁ ବର୍ତ୍ତମାନର ସ୍ୱପ୍ନ ଓ ଆସନ୍ତା କାଲିର ପ୍ରତିଶ୍ରୁତି। ତେଣୁ ସେମାନଙ୍କୁ ମଧ୍ୟ କୌଣସି କ୍ଷେତ୍ରରେ ଅବହେଳା କରାଯିବା ଉଚିତ ନୁହେଁ। ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ବିଦ୍ୟାଳୟ ପିଲାମାନଙ୍କୁ ଯେପରି ଗଢିବ ଭବିଷ୍ୟତରେ ସେହିଭଳି […]

KANIKA