ସାହିତ୍ୟ ରଚନା ସର୍ବଦା ସଂକେତ ଧର୍ମ ହେବା ଉଚିତ


କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଚତୁବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ


କେନ୍ଦ୍ରାପଡା,୨୬ା୧୨: କେନ୍ଦ୍ରାପଡା ଜିଲା ସାହିତ୍ୟ ସଂସଦର ଚର୍ତୁବିଂଶ ବାର୍ଷିକ ଉତ୍ସବ କବି କରୁଣା କର ଦାସଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ଓଡିଶା ହାଇକୋର୍ଟ କଟକ ମାନ୍ୟବର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର ଯୋଗଦାନ କରି କହିଲେ ସାହିତ୍ୟ ସମାଜକୁ ଆଗେଇ ନେବାର ଶକ୍ତି ଥିବା ବେଳେ ଧ୍ୱଂସ କରିବାର ଶକ୍ତି ବି ଥାଏ ସାହିତ୍ୟ ରଚନା ସର୍ବଦା ସଂକେତ ଧର୍ମ ହେବା ଉଚିତ ଏବଂ ଏହା ସମାଜର ହିତ ସାଧନ କରିବାରେ ଆଭିମୁଖ୍ୟ ରହିବା ଉଚିତ । ସମ୍ମନୀୟ ଅତିଥି ଭାବରେ କାଳିପ୍ରଶନ୍ନ ଶତପଥି, ଲୋକ କବି ବିଦ୍ୟା ଭୂଷଣ ପୁରାଣ ବାଚସ୍ପତି ଯୋଗଦାନ କରି କହିଲେ । ସାହିତ୍ୟ ସଦା ସର୍ବଦା ସମାଜର ହିତ ସାଧନ ଲାଗି ଲିଖିତ ହେବା ଆବଶ୍ୟକ ବୋଲି କହିଥିଲେ । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ୨୪ ବର୍ଷ ଧରି ବଣ ମଲ୍ଲୀ ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ଜିଲ୍ଲାରେ ସାହିତ୍ୟକୁ ସୁଦୂର ପ୍ରସାର କରିବାରେ ମୁଖ୍ୟ ଭୂମିକା ପ୍ରତିଷ୍ଠାତା ସଭାପତି ଅଣୁ କବି ବ୍ରହ୍ମା ନନ୍ଦ ସାର ପିତା ସମୟରୁ ଜାରି ରହିଛି । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜ ଉପସଭାପତି ବ୍ରହ୍ମା ନନ୍ଦ ବିଶ୍ୱାଳ ଯୋଗଦାନ କରି କହିଲେ ସାହିତ୍ୟ ସଂସଦ ବର୍ଷ ତମାମ ସାହିତ୍ୟ କାର୍ଯ୍ୟକରିଥିବାରୁ ଆମେ ଗର୍ବିତ ଏଥିରେ ନୃପୁୃର ଡ୍ୟାନସ୍ ଏକାଡେମି ତରଫରୁ ଆବାହନୀ ସଂଗିତ ଦାନ କରିଥିଲେ । ଶିବା ନନ୍ଦ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ ଯୋଗଦାନ କରି କହିଲେ ମୋର ଗୋଟିଏ କୋଠରି ସାହିତ୍ୟ ଲାଗି ଉତ୍ସର୍ଗ କରିବାକୁ ଘୋଷଣା କରିଥିଲେ । ଅଣ୍ୟତମ ସମାନ୍ନୀତ ଅତିଥି ଜିଲାପାଳ ରଘୁରାମ ଆର ଆୟାର ପ୍ରାରମ୍ଭରେ ଯୋଗଦାନ କରି ସମସ୍ତ କାର୍ଯ୍ୟର ପ୍ରସ୍ତୁତି ବିଷୟରେ ତର୍ଜମା କରିଥିଲେ । ସଂସଦର ଉପସଭାପତି ପ୍ରଦିପ କୁମାର ଦାସ ସ୍ୱାଗତ ଭାଷଣ ଓ ସଂପାଦକ ଶୁଭାଂଶୁ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପ ସଭାପତି ରାମକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ କବି ଅଶୋକ କୁମାର ସାହୁ, କାକୁଲି ମଲ୍ଲିକ ଓ ଡଃ ନାରାୟଣ ପ୍ରସାଦ ଜେନାଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଶେଷରେ ଉଯାପନୀ ଉତ୍ସବ ଉପସଭାପତି ପ୍ରଦିପ କୁମାର ଦାସଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଅତିଥି ଭାବରେ ଗଣେଶ୍ୱର ବେହେରା, ବରେଣ୍ୟ ଅତିଥି ଭାବେ ପ୍ରଥିତଯଶା କବି ତଥା ପ୍ରାକ୍ତନ ସାଂସଦ ଡଃ ପ୍ରସନ୍ନ ପାଟଶାହାଣୀ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଠ କବି ପ୍ରଣବ ଛୋଟରାୟ, ବିଶିଷ୍ଠ ସାହିତ୍ୟିକ ନିହାର ରାୟ, ଉତ୍କଳ ସାହିତ୍ୟ ସମାଜର କେଷାଧ୍ୟକ୍ଷ ଦୀଲି୍ଲପ ଦାସ ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରି କହିଲେ ଓଡିଶା ସାହିତ୍ୟକୁ କେନ୍ଦ୍ରାପଡାର ଅବଦାନ ଅତୁଳନୀୟ । ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପା ନନ୍ଦ ସରସ୍ୱତୀ କୁ ଶିବାନନ୍ଦ ଆଶ୍ରମ ଗରାପୁରକୁ ସିଦ୍ଧ ବଳଦେବଜୀୟୁ ସମ୍ମାନ କବିତା କ୍ଷେତ୍ରରେ ବୃନ୍ଦାବନ ଦାସ, ପ୍ରବନ୍ଧରେ ହୃଷିକେଶ ପଣ୍ଡା କ୍ଷୁଦ୍ର ଗଳ୍ପରେ ରତ୍ନାକର ମଲ୍ଲିକ, ଗଣାମାଧମ ସାହିତ୍ୟରେ ସାମ୍ବାଦିକ ଜଗନ୍ନାଥ ଧଳ, ପ୍ରତିକା ସଂପାଦନା ପାଇଁ ଚନ୍ଦ୍ରମଣୀ ବାରିକ ସମେତ ୫ଜଣଙ୍କୁ କେନ୍ଦ୍ରାପଡା ଜିଲା ସାହିତ୍ୟ ଗୈାରବ ପ୍ରଧାନ କରାଯାଇଥିବା ବେଳେ କବି ନରହରି ଦାସଙ୍କୁ ଅଣୁ କବି ବ୍ରହ୍ମାନନ୍ଦ ଦାସ ସ୍ମୃତି ପୁରସ୍କାର ସ୍ୱରୂପ ତିନି ଜହାର ଟଙ୍କା ଜନ ନାୟକ ପ୍ରହ୍ଲାଦ ମଲ୍ଲିକ ସ୍ମୃତି ପୁରସ୍କାର କୃଷକ ଅଜୟ କୁମାର ଜେନାଙ୍କୁ ନଗଦ ୧୦ହଜାର ଟଙ୍କା ଓ ଡଃ ରଶ୍ମିରେଖା ସେଠୀଙ୍କୁ ବିନିତା ଦେବୀ ସ୍ମୃତି ପୁରସ୍କାର ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ପ୍ରତି ଅତୁଳନୀୟ ଅବଦାନ ଲାଗି ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଅନନ୍ତ ଚରଣ ନାୟକ, ଶରତ କୁମାର ରାଉତ ଓ ଚିତ୍ତ ରଞ୍ଜନ କବି ସମେତ ୫ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ସେହି ପରି ସାମଗ୍ରୀକ କୃତିରେ ଡଃ ଅଭୟ ରାଉତ, ଡଃ ରତ୍ନମଞ୍ଜରୀ ଦାସ ଓ ହରିଜନ ଦାସ ସମେତ ତିନିଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ସମ୍ମାନ ପ୍ରଦାନ ମାନପତ୍ର, ଉତ୍ତରୀୟ, ଟ୍ରଫି, ପୁଷ୍ପଗୁଚ୍ଛ ବ୍ରହ୍ମାନନ୍ଦ ପରିକ୍ରମା ପ୍ରଦାନ କରାଯାଇ ମୁଖ୍ୟ ଅତିଥି ସମର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରଜନୀକାନ୍ତ ଦାସ, ଦିପକ କୁମାର ସାହୁ, ନୃସିଂହ ଚରଣ ନାଥ, ଶ୍ରୀଧର କୁମାର ରାଉତ, ମମତା ଶତପଥୀ, ଡଃ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରେମଲତା ଗିହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରେ କରୁଣା କର ଦାସଙ୍କ ପୁସ୍ତକ ଯଜ୍ଞ ପିଲୋକ୍ୟ ଉପନିଷଦର ପଦ୍ୟା ଅନୁବାଦ ପୁସ୍ତକ ଓ ସାହିତ୍ୟ ସଂସଦର ମୁଖପତ୍ର ‘ଦିଗ ବଳୟ’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ଶ୍ରୀଧର କୁମାର ଭୋଳ ।


Discover more from

Subscribe now to keep reading and get access to the full archive.

Continue reading