୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ସାଥୀ ମିଳନ ସମାରୋହ



ପଟ୍ଟାମୁଣ୍ଡାଇ ୩୦/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜୟହିନ୍ଦ୍ ଉଚ୍ଚବିଦ୍ୟାଳୟ, ଦାଣ୍ଡିସାହିଠାରେ ୧୯୮୦ ମାଟ୍ରିକ ବ୍ୟାଚ୍ ଛାତ୍ର-ଛାତ୍ରୀଙ୍କର ସାଥୀ ମିଳନ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନ୍ୟୁନ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା ଏବଂ ଏଥିରେ ପ୍ରଦୀପ୍ତ ବିଶ୍ୱାଳ, ଭାସ୍କର ମଲ୍ଲିକ, ଗୁରୁଚରଣ ବିଶ୍ୱାଳ, ରଞ୍ଜିତ୍ ସାହୁ ଓ ପ୍ରଦୀପ ମଲ୍ଲିକ ଇତ୍ୟାଦି ଉପସ୍ଥିତ ରହି ସଭାକାର୍ଯ୍ୟ ସୁପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କ ପୁରୁଣା ଅନୁଭୂତି ପରିପ୍ରକାଶ ସଭାକାର୍ଯ୍ୟକୁ ଅଧିକ ମୁଖରିତ କରିଥିଲା। ସମାରୋହରେ ସମସ୍ତ ସହପାଠୀ ଓ ସହପାଠୀନୀଙ୍କ ସକ୍ରିୟ ଯୋଗଦାନ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଥିଲା। ବିଶେଷଭାବରେ ସ୍ୱାମୀ-ସ୍ତ୍ରୀଙ୍କର ଭାବପୂର୍ଣ୍ଣ ଯୋଗଦାନ ଆବେଗାତ୍ମକ ଥିଲା ଓ ସେମାନେ ଉତ୍ସବକୁ ଉପଭୋଗ କରିବାରେ କେହି ଉଣଓ କରିନଥିଲେ। ଉନ୍ନତମାନର ଖାଦ୍ୟ ପ୍ରସ୍ତୁତି ଓ ସର୍ବାଙ୍ଗୀନ ସୁବିଧା ସୁଯୋଗ ଉତ୍ସବକୁ ବହୁଗୁଣିତ କରିଥିଲା। ବିଦ୍ୟାଳୟର ବର୍ତ୍ତମାନର ଶିକ୍ଷକ ଓ କର୍ମଚାରୀମାନେ ତଥା ଦର୍ଶକମାନେ ଉପସ୍ଥିତ ରହି ଉତ୍ସବକୁ ମନଭରି ଉପଭୋଗ କରିଥିଲେ। ଉତ୍ସବର ଅନନ୍ୟ ଦୃଶ୍ୟ ଓ ପୁରାତନ ଛାତ୍ରଛାତ୍ରୀଙ୍କର ମନୋଭରା ନାଚ ବିଦ୍ୟାଳୟ ପରିସରକୁ ଆନନ୍ଦ ମୁଖରିତ କରିଥିଲା। ଲାଗୁଥିଲା ସତେ ଯେମିତି ସମସ୍ତେ ନିଜକୁ କିଶୋର ବୟସର ଛାତ୍ରଛାତ୍ରୀ ଭାବେ ଅନୁଭବ କରୁଥିଲେ। ଏହି ଉତ୍ସବରେ କୈଳାଶ ବାରିକ, ପିତାମ୍ବର ମଲ୍ଲିକ, ସୁବାଷ ଓଝା, କମଳା ମଲ୍ଲିକ, ପ୍ରେମଲତା ବିଶ୍ୱାଳ, ବିଜୟ ପ୍ରଧାନ, ଅଶୋକ ଦାସ, ବିଜୟ ବିଶ୍ୱାଳ, ଶ୍ରୀନିବାସ ବିଶ୍ୱାଳ, ପ୍ରଫୁଲ୍ଲ ସେଠୀ, ଶରତ ସେଠୀ, ନିରଞ୍ଜନ ବିଶ୍ୱାଳ, ଯଯାତି ମଲ୍ଲିକ, ଅକ୍ଷୟ ମଲ୍ଲିକ, ମାଧବ ଶର୍ମା, ଶଶିକାନ୍ତ ବାରିକ୍ ଇତ୍ୟାଦି ଉପସ୍ଥିତ ରହି ଉତ୍ସବର ସୁପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟ ଓ ଧୋୟା ଅଞ୍ଚଳର ଉନ୍ନତି କଳ୍ପେ ଏହି ସଂଗଠନ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲା।


Next Post

ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁପୂଜନ

Sun Jan 4 , 2026
କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଶିକ୍ଷକ ଅକ୍ଷୟ କୁମାର ଦାଶ, ରବୀନ୍ଦ୍ର କୁମାର ପରିଡା, ପ୍ରେମାନନ୍ଦ ଷଡଙ୍ଗୀ, ମଧୁସୁଦନ ନାଥ, କ୍ଷୀରୋଦ ଚନ୍ଦ୍ର ସାମଲ, ପ୍ରଭାତୀ ବିଶ୍ୱାଳ, ଭ୍ରମରବର ରାଉତ, ଭାବଗ୍ରାହୀ ନନ୍ଦ ପ୍ରମୁଖଙ୍କୁ ଛାତ୍ରଛାତ୍ରୀମାନେ ପୂଜା […]

KANIKA