
କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡା ଜିଲ୍ଲା ଉତ୍ସବ ସଂନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ କେନ୍ଦ୍ରାପଡା ‘ଲ’କଲେଜ ଛକ ଶ୍ରୀ ବଳଦେବଜୀୟୁ ନାଟ୍ୟ ଓ ସଂସ୍କୃତି ଏକାଡେମୀର ନିର୍ଦ୍ଦେଶକ ଅଭିରାମ ନାୟକ ଓ ବରିଷ୍ଠ ନୃତ୍ୟଶିଳ୍ପୀ କୁମାରୀ ତପସ୍ୱିନୀ ନାୟକଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ପରିକଳ୍ପିତ ଷଢରିପୁ ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୃତ୍ୟ ଶିଳ୍ପୀ ରାକ୍ଷୀ ତ୍ରିପାଠୀ, ପୂର୍ଣ୍ଣିମା ତ୍ରୀପାଠୀ ଶିବାନୀ ମହାନ୍ତି, ଦେବସ୍ମିତା ଦାସ, ସୁନିତା ସାହୁ, ପୁଷ୍ପାରାଣୀ ନାୟକ, ସୁଦିପ୍ତା ମଲ୍ଲିକ, ସିମାଲି ମଲ୍ଲିକ, ସାଇ ଶ୍ରଦ୍ଧା ସେଠୀ, ଦେବାଂଶୀ ଦାସ, ଗୀତାଞ୍ଜଳୀ ସେଠୀ, ମାନସୀ ସାହୁ, ଲତିକା, ରେଶ୍ମା, ସ୍ନେହା, ଦେବସ୍ମିତା ପ୍ରଭୃତି ୩୦ଜଣ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ପ୍ରସାଶନ ତରଫରୁ ନୃତ୍ୟ ଦଳକୁ ଉପଢୈାକନ ଓ ସମ୍ମାନ ଜନକ ପ୍ରମାଣ ପତ୍ର ପ୍ରଦାନ ଜିଲ୍ଲା ସଂସ୍କୃତି ଅଧିକାରୀ ପୁରଷ୍କୃତ କରିଥିଲେ । ପରିଚାଳନା କ୍ଷେତ୍ରରେ ଶିକ୍ଷକ ରଜତ କୁମାର ବାରିକ ଓ ସ୍ନେହଲତା ସିଂ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଏହି ନୃତ୍ୟ ଦଳ ବହୁବାର ସରକାରଙ୍କ ତରଫରୁ ବିଭିନ୍ନ ରାଜ୍ୟରେ ଏବଂ ଜାତୀୟ ସ୍ଥରରେ ଶାସ୍ତ୍ରୀୟ ନୃତ୍ୟରେ ବହୁବାର ସମ୍ମାନୀତ ହୋଇଆସୁଛନ୍ତି । ଉକ୍ତ ପ୍ରତିଷ୍ଠାନରେ ପ୍ରତି ରବିବାର ପ୍ରଶିକ୍ଷଣ ଦିଆଯାଇ କେନ୍ଦ୍ରାପଡା ଜିଲ୍ଲାରେ ବହୁ ଓଡିଶୀ ନୃତ୍ୟଶିଳ୍ପୀ ତିଆରୀ ହୋଇ କେନ୍ଦ୍ରାପଡା ର ସମ୍ମାନ ବୃଦ୍ଧି କରୁଛନ୍ତି ।











