ଇତିହାସ ରଚିଲା ଭାରତ : ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ଚନ୍ଦ୍ରଯାନ-୩, ଏହା ଭାରତର ଉଦୟର କ୍ଷଣ ବୋଲି କହିଲେ – ପ୍ରଧାନମନ୍ତ୍ରୀ


ଇତିହାସ ରଚିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଓ ୟୁରୋପୀୟ ମହାକାଶ ସଂସ୍ଥା ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତା  ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ ପ୍ରଧାନମନ୍ତ୍ରୀ ସେଠାରୁ ଇସ୍ରୋ ବୈଜ୍ଞାନିକ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଏହା ଭାରତ ଉଦୟର କ୍ଷଣ । ଏହି କ୍ଷଣ ଅବିସ୍ମରଣୀୟ । ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି ।


ଇସ୍ରୋ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ପ୍ରେରଣ କରିଥିଲା । ଏହାଭାରତର ୩ୟ ଚନ୍ଦ୍ର ମିସନ । ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରଯାନ-୧ ଓ ୨୦୧୯ରେ ଚନ୍ଦ୍ରଯାନ-୨ ପ୍ରେରଣ କରିଥିଲା ।

୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ଚନ୍ଦ୍ରଯାନ-୧ର ଉତକ୍ଷେପଣ କରିଥିଲା । ଏହା ଥିଲା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ । ଚନ୍ଦ୍ରଯାନ-୧ ଏକ କକ୍ଷପଥ ଅଭିଯାନ ଥିଲା । ଅର୍ଥାତ୍ ଏହାର କାମ କେବଳ ଚନ୍ଦ୍ରଚାରିପଟେ ବୁଲିବା ଥିଲା । ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଆବିଷ୍କାର କରିଥିଲା ।ଇସ୍ରୋ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଉତ୍ପତ୍ତି ଓ ବିକାଶ କୁ ବୁଝିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ କରିବା । ଚନ୍ଦ୍ରଯାନ-୨ ଚନ୍ଦ୍ରରେ ରୋଭର ଅବତରଣ କରିବାର ଥିଲା, କିନ୍ତୁ ୭ ସେପ୍େଟମ୍ବର ୨୦୧୯ରେ ଲ୍ୟାଣ୍ଡର ବିକ୍ରମ ସ୍ଥଳ ନିୟନ୍ତ୍ରଣ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଓ ତାହା ହାର୍ଡ ଲାଣ୍ଡିଂ କରିଥିଲା । ତେବେ ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ର ବିଷୟରେ ତଥ୍ୟ ଦେଉଛି ।


Next Post

ପଟ୍ଟାମୁଣ୍ଡାଇ ନୂତନ ବସଷ୍ଟାଣ୍ଡର ଭିଡିଓ କନଫରେନ୍ସରେ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

Wed Aug 23 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାସୀଙ୍କୁ ଉତମ ପରିବହନ ସେବା ଯୋଗାଇବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସରକାରୀ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଅଂଚଳ ବାସୀ ଦୀର୍ଘଦିନର ଦାବୀ କରିଆସୁଥିଲେ । ଅଂଚଳବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟି ଅନୁରୋଧ କରିଥିଲେ । […]

KANIKA