ପଟ୍ଟାମୁଣ୍ଡାଇ ନୂତନ ବସଷ୍ଟାଣ୍ଡର ଭିଡିଓ କନଫରେନ୍ସରେ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାସୀଙ୍କୁ ଉତମ ପରିବହନ ସେବା ଯୋଗାଇବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସରକାରୀ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଅଂଚଳ ବାସୀ ଦୀର୍ଘଦିନର ଦାବୀ କରିଆସୁଥିଲେ । ଅଂଚଳବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟି ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇରେ ଏକ ଅତ୍ୟାଧୁନିକ ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ କରିବା ସରକାର ନିଷ୍ପତି ଗ୍ରହଣ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଟ୍ଟାମୁଣ୍ଡାଇ ଅତ୍ୟାଧୁନିକ ବସଷ୍ଟାଣ୍ଡ ସହିତ ଓଡିଶାର ୨୬ଟି ଜିଲ୍ଲାର ୧୨୪ ଟି ବସଷ୍ଟାଣ୍ଡ ଭିଡିଓ କନଫରେନ୍ସ ଯୋଗେ ଶୁଭ ଦେଇଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ଭିଡିଓ କନଫରେନ୍ସ ହଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଜିଲ୍ଲା ପରିବହନ ଅଧିକାରୀ ଡି ନାୟକ ଉପସ୍ଥିତ ଥିଲେ । ପଟ୍ଟାମୁଣ୍ଡାଇ ଠାରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସ୍ମାର୍ଟ ବସଷ୍ଟାଣ୍ଡର ଭିଡିଓ କନଫରେନ୍ସ ଯୋଗେ ଶୁଭ ଦେଇଥିବାରୁ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଂଚଳବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


Next Post

ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଶିବାନନ୍ଦ ଆଶ୍ରମ ପକ୍ଷରୁ ସାମୁହିକ ପ୍ରାର୍ଥନା

Wed Aug 23 , 2023
କେନ୍ଦ୍ରାପଡ଼ା,୨୩ା୮ : ଚନ୍ଦ୍ରଯାନ-୩ର ନିରାପଦ ଓ ସଫଳ ଅବତରଣ ନିମନ୍ତେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ, କେନ୍ଦ୍ରାପଡାର ଶିବାନନ୍ଦ ଆଶ୍ରମ ଓ ଶିବାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଦିବ୍ୟଜୀବନ ସଙ୍ଘର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଯାନ-୩ର ସଫଳତା ପୂର୍ବକ ଚନ୍ଦ୍ର ପୃଷ୍ଟରେ ଅବତରଣ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ଏହି […]

KANIKA