ଶୃଙ୍ଖଳା, ସମର୍ପଣ, ସଦାଚାର ପିଲାମାନଙ୍କୁ ଭଲ ମଣିଷ କରିଥାଏ


ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଗ୍ଲୋରୀ ଫେଷ୍ଟ -୨୬


ପଟ୍ଟାମୁଣ୍ଡାଇ ତା୨୨/୩-ସାମ୍ପ୍ରତିକ ଅବକ୍ଷୟମୁଖୀ ସମାଜରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା, ଶିକ୍ଷା ପ୍ରତି ସମର୍ପଣ ଭାବ ଓ ସଦାଚାର ବଜାୟ ରଖିଲେ ଜୀବନରେ ଭଲ ମଣିଷ ହେବା ସହିତ ସଫଳତା ହାସଲ କରିପାରିବେ ବୋଲି ଗତକାଲି ପଟ୍ଟାମୁଣ୍ଡାଇ ଅଂଚଳ ର ଅଗ୍ରଣୀ ଇଂରାଜୀ ମାଧ୍ୟମ ସ୍କୁଲ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ବାର୍ଷିକ ଉତ୍ସବ ଗ୍ଲୋରୀ ଫେଷ୍ଟ-୨୬ ଉପଲକ୍ଷେ ଆୟୋଜିତ ମନୋଜ୍ଞ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ବିଧାନସଭା ର ପ୍ରାକ୍ତନ ସଚିବ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ବିଶିଷ୍ଟ ସାହିତ୍ୟିକ ଦାଶରଥୀ ଶତପଥୀ ପ୍ରକାଶ କରିଛନ୍ତି ।  ସ୍କୁଲ ଅଧକ୍ଷ ଦୟାନିଧି ଗିରିଙ୍କ ପୌରହିତ୍ୟ ଓ ଯଶୋଦା ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକମାନେ ମିଳିତ ଭାବେ ଉତ୍ତମ ଚରିତ୍ରବାନ ସଂସ୍କାରୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଲେ ସାମାଜିକ ପରିବର୍ତନ ସହ ଉତ୍ତମ ରାଜ୍ୟ ଓ ଦେଶ ଗଠନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ ।  ସ୍କୁଲର ନିର୍ଦେଶକ ଇଂ ଦେବବ୍ରତ ସ୍ୱାଇଁ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉତ୍ତମ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହେବା ସହିତ ପଟ୍ଟାମୁଣ୍ଡାଇ ଅଂଚଳର ଗୌରବ ବୃଦ୍ଧି କରିଛି ବୋଲି ପ୍ରକାଶ କରିବା ସହିତ ଆସନ୍ତା ଶିକ୍ଷା ବର୍ଷ ଠାରୁ ଲୋକନାଥ ଚାରୀ ଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ ଜି ବି ଏସ ସମ୍ମାନ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଜି ବି ଏସ ରତ୍ନ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।  ମଧୁସ୍ମିତା ପଣ୍ଡା ସ୍ୱାଗତଭାଷଣ ଓ ପୂର୍ଣ୍ଣିମା ପୁହାଣ ଅତିଥିପରିଚୟ ପ୍ରଦାନ କରିଥିଲେ ।  ସ୍କୁଲ ଉପାଧ୍ୟକ୍ଷ ମନୋଜିତ ନାୟକ ଧନ୍ୟବାଦ ଦେଇଥିଲେ ।  ଏହି ଉତ୍ସବରେ ସ୍କୁଲ ଚେୟାରମ୍ୟାନ ରାଜଲଷ୍ମୀ ସ୍ୱାଇଁ, ମ୍ୟାନେଜିଙ୍ଗ ଟ୍ରଷ୍ଟି ଡା ଗୋଲକ ବିହାରୀ ସ୍ୱାଇଁ, ପ୍ରାକ୍ତନ ପ୍ରଶାସକ ବ୍ରଜବନ୍ଧୁ ଧଳ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।  ଏଇ ଅବସରରେ ୭ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ନେହୀମୟୀ ରାଉତ ଓ ବିନାୟକ ଧଳଙ୍କୁ ସାଇକେଲ ପ୍ରଦାନ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।  ଉତ୍ସବ ଶେଷରେ ସ୍କୁଲ କୁନି କୁନି ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯଶୋଦାରାଣୀ ଲେଙ୍କା, ଭାଗ୍ୟଶ୍ରୀ ବିହାନି, ଇତିଶ୍ରୀ ସ୍ୱାଇଁ ଆକାଂକ୍ଷା ବେହେରା, ଅରୁଦ୍ଧତି ଦାସ,ଚିନ୍ମୟୀ ସ୍ୱାଇଁ, ରିତାଞ୍ଜଳୀ କୁଣ୍ଡ, ସସ୍ମିତା ଦାଶ ପରିଚାଳନା କରିଥିବା ବେଳେ ମନୋଜ ନାୟକ, ବିଜୟ କୁମାର ନନ୍ଦ,ଭାବଗ୍ରାହୀ ଖଣ୍ଡାୟୀ, ମନୋରଞ୍ଜନ ବେହେରା, ନଳିନୀକାନ୍ତ ସ୍ୱାଇଁ, ବିବେକ ରଞ୍ଜନ ଧଳ, ଜ୍ଞାନରଞ୍ଜନ ଧଳ, ସନ୍ତୋଷ ଗିରି ପରିଚାଳନାରେ ସହଯୋଗ କରିଥିଲେ । 


Leave a Reply

Your email address will not be published. Required fields are marked *